ହାଇୱା ଟ୍ରକ ଧକ୍କାରେ ୩ ଜଣ ମୃତ
ବିିନକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅରିଗାଁରେ ରାସ୍ତା କଡରେ ଠିଆ ହୋଇଥିବା ବେଳେ ହାଇୱା ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ଗୁରୁତର ହୋଇଛନ୍ତି ।
ଗୋଡଭଗାରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡି ମୁଖ୍ୟ ରାସ୍ତାରେ ୨ଟି ବାଇକ ଧରି ଛିଡା ହୋଇଥିବା ୪ ଜଣଙ୍କୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲା । ୨ଟି ବାଇକରେ ୪ ଜଣ ବରଗଡ ବଇପୁର ଗାଁରୁ ବିନିକା ବଲାରଙ୍ଗା ଗାଁକୁ ଝିଅ ଦେଖିବାକୁ ଆସିଥିଲେ । ଅରିଗାଁ ଛକ ନିକଟରେ ଏକ ନଳକୂପ ଦେଖି ବୋତଲରେ ପାଣି ଭର୍ତ୍ତି କରିବାକୁ ଅଟକିଥିଲେ । ଜଣେ ଯୁବକ ନଳକୂପରୁ ପାଣିଭର୍ତ୍ତି କରି ଯାଉଥିବା ବେଳେ ଅନ୍ୟ ୩ ଜଣ ରାସ୍ତା କଡରେ ଠିଆ ହୋଇଥିଲେ । ଏହି ସମୟରେ ଟ୍ରକ ୩ ଜଣକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମୃତ ଯୁବକ ବଇଁପୁର ଗାଁର ହୋଇଥିବା ବେଳେ ଗୁରୁତର ଆହତ ଯୁବକ ଘର ବରଗଡ ଜିଲା ରୂପାପାଲି ଗାଁରେ । ଗୁରୁତର ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୁବର୍ଣ୍ଣପୁର ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହାଇୱା ଗାଡିର ଡ୍ରାଇଭର ଖସି ଯାଉଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ ।
Powered by Froala Editor