Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ...

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ...

  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

  • ଦୁଇ ଦିନରେ ଦୁଇ ଘରୁ ଚୋରି

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

  • ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ...

  • ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?

  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ...

Home ›› ››ମୋଦି ସରକାରରେ ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳାଙ୍କ ଭାଗିଦାରୀ ବଢିଛି- ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାରରେ ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳାଙ୍କ ଭାଗିଦାରୀ ବଢିଛି- ଧର୍ମେନ୍ଦ୍ର ପ୍ରଧାନ

2023-10-29 06:30:33
13759
Share:
Facebook
Twitter
E-Mail
WhatsApp
Telegram
ମୋଦି ସରକାରରେ ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳାଙ୍କ ଭାଗିଦାରୀ ବଢିଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  - ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ୧୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି । ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି । ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି । ଏହା ଦ୍ୱାରା ସମାଜର ସନ୍ତୁଳିତ ବିକାଶ ହେଉଛି ।

ବୈଜ୍ଞାନିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମୀ ଓ ସମ୍ବେଦନଶୀଳ । ଏଥିପାଇଁ କାର୍ଯ୍ୟକ୍ଷେତ୍ର, ନୀତି ନିର୍ଦ୍ଧାରକ, ନେତୃତ୍ୱ, ଶିକ୍ଷା ଏବଂ ସ୍କିଲିଂ ଇକୋସିଷ୍ଟମରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ମୋଦି ସରକାର ଅଭିନବ ପ୍ରୟାସ କରୁଛନ୍ତି । ମାତୃତ୍ୱକାଳୀନ ଛୁଟିର ସମୟ ସୀମାକୁ ବଢାଯାଇଛି । ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ, ମୁଦ୍ରା, ଷ୍ଟାଣ୍ଡଅପ୍ ଭଳି ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି । ସମାଜର ବିକାଶ ପାଇଁ ମହିଳାଙ୍କ ଉପରେ ପ୍ରଧାନମନ୍ତ୍ରୀ ଯୋର୍ ଦେଇଛନ୍ତି ।

ଆଜି ଦେଶରେ ଓ୍ୱାର୍କ ଫୋର୍ସକୁ ବଢାଇବା ପାଇଁ ହେଲେ ସମସ୍ତଙ୍କୁ ବିଶେଷ ଭାବରେ ପରିବର୍ତ୍ତିତ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଆପଣାଇ ମହିଳାଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ -ସ୍କିଲିଂ କରାଇବା ପାଇଁ ପଡିବ । ଏହା ଦ୍ୱାରା ଦେଶର ଅର୍ଥନୀତି ଆହୁରି ମଜଭୂତ୍ ହେବ । ଓଡ଼ିଶା ସମେତ ଦେଶରେ କେବଳ ନିଯୁକ୍ତି ଦେବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ସୃଷ୍ଟି କରାଇବା ପାଇଁ ହେବ । ଶିକ୍ଷା, ଦକ୍ଷତା, କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଗ୍ରାମାଞ୍ଚଳର ଭାଗିଦାରୀକୁ ବଢାଇବା ପାଇଁ ହେବ । ବଟମ୍ ଅଫ୍ ପିରାମିଡ୍ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଗରିବ, ବଞ୍ଚିତ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷା ଓ ସ୍କିଲକୁ ଯୋର୍ ଦେବାକୁ ପଡିବ । ସେମାନଙ୍କ ହାତ ଧରି ମୁଖ୍ୟସ୍ରୋତରେ ଯୋଡିଲେ ହିଁ ସମାଜର ବିକାଶ ହେବ ।

ଏହି ଟେଲିଫୋନ ମାଧ୍ୟମରେ ଡିଜିଟାଲ କାରବାର ସହଜ ହୋଇଛି । ଭାରତରେ ଡିଜିଟାଲ ଭିତ୍ତିଭୂମି ବଢିଛି । ଦକ୍ଷତାକୁ କ୍ରେଡିଟରେ ରୂପାନ୍ତରିତ କରାଯିବାର ଯୋଜନା ହୋଇଛି । କୃଳିକ ବୃତ୍ତିଧାରୀଙ୍କୁ ଦକ୍ଷ କରିବା ପାଇଁ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ଅନେକ ସୁଧାରବାଦୀ ନୀତି କାରଣରୁ ସମ୍ଭାବନାପୂର୍ଣ୍ଣ ଓଡ଼ିଶାରେ ଭାରତ ସରକାର ପୁଞ୍ଜିନିବେଶ ବଢାଇଛନ୍ତି । ପୂର୍ବ ସରକାରର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ଓଡ଼ିଶାରେ ରେଳବାଇ ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ବଢିଛି । ଭାରତୀୟ ରେଳ, ଡାକ, ଏମ୍ସ, ସାମରିକ ବଳ, ଅର୍ଦ୍ଧ ସାମରିକ ବଳରେ ନିଯୁକ୍ତି ବିଢିଛି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଜି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଠିନ ପରିଶ୍ରମ ବଳରେ ଆଜି ଜୀବନର ନୂଆ ଅଧ୍ୟାୟ କରୁଥିବା ବନ୍ଧୁ ମାନଙ୍କୁ ଶୁଭେଚ୍ଛା । ଜୀବନରେ ଅଟକିବା ଉଚିତ ନୁହେଁ । ନିରନ୍ତର ଶିଖିବା ସହ ନୂଆ ନୂଆ ଜ୍ଞାନ ଆହରଣ କରିବା ଦରକାର । ପ୍ରତିଦିନ କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିରୁ ନୂଆ କିଛି ଶିକ୍ଷା ନେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ...
    ଦେଶ-ଦେଶାନ୍ତର

    କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ...

    15574
    Mar 19, 2026
  •  ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା
    ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14344
    Mar 20, 2026
  • ଦୁଇ ଦିନରେ ଦୁଇ ଘରୁ ଚୋରି
    ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13682
    Mar 20, 2026
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14898
    Mar 20, 2026
  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ
    ଦେଶ-ଦେଶାନ୍ତର

    କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    13731
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ
    ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15067
    Mar 19, 2026
  •  ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?

    13546
    Mar 19, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13311
    Mar 20, 2026
  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
    ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15115
    Mar 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13682
    Mar 20, 2026
  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14898
    Mar 20, 2026
  • ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13311
    Mar 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17379
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17442
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17790
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16261
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14344
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15067
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15162
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14123
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14020
    Mar 15, 2026

ବାଣିଜ୍ୟ

୨୭୮୦ ଟଙ୍କା ଶସ୍ତା ହେଲା ସୁନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବ ...

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14255
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15688
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15153
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14999
    Feb 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14898
    Mar 20, 2026
  • ଦୁଇ ଦିନରେ ଦୁଇ ଘରୁ ଚୋରି

    13682
    Mar 20, 2026
  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15115
    Mar 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In