ଆଠଟି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ବଦଳି , ଏହି ନିର୍ବାଚନ କ୍ଷେତ୍ରଗୁଡିକ ଜାଣନ୍ତୁ
କୋଲକାତା: ପଶ୍ଚିମବଙ୍ଗରେ ଆଗାମୀ ୨୬ ଓ ୨୯ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ଆଠଟି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ବାଚନ କମିସନ ବଦଳି କରିଛନ୍ତି । ଏହି ନିର୍ବାଚନ କ୍ଷେତ୍ରଗୁଡ଼ିକ ହେଲା ଚୌରଙ୍ଗୀ, ଏଣ୍ଟାଲି, ଭବାନୀପୁର, ବେଲିଆଘାଟ, ଯୋଡାସାଙ୍କୋ, ଶ୍ୟାମପୁକୁର, କାଶିପୁର-ବେଲଗଛିଆ ଏବଂ କୋଲାକାତା ବନ୍ଦର ବିଧାନସଭା କ୍ଷେତ୍ର । ଏଠାରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି, ପୂର୍ବରୁ ଉକ୍ତ କ୍ଷେତ୍ରରେ ରହିଥିବା ଅଫିସରମାନେ ଶାସକ ତୃଣମୂଳ ସପକ୍ଷରେ କାର୍ଯ୍ୟ କରନ୍ତି ବୋଲି ନିର୍ବାଚନ କମିସନଙ୍କ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲା । ନିକଟରେ ମଧ୍ୟ ବିବାଦୀୟ ସ୍ଥିତି ଯୋଗୁଁ ବାଲିଗଞ୍ଜ ବିଧାନସଭା କ୍ଷେତ୍ରରେ ୩ ଜଣ କାର୍ଯ୍ୟକର୍ତ୍ତାଙ୍କ ସହ ରିଟର୍ଣ୍ଣିଂ ଅଫିସରଙ୍କୁ ଇସି ବଦଳି କରିଥିଲେ ।