କର୍କଟରେ ୨୬ ବର୍ଷୀୟ ଯୁବତୀ ମୃତ, ଥିଲେ ପୂର୍ବତନ ବିଶ୍ୱସୁନ୍ଦରୀ ପ୍ରତିଯୋଗୀ

ଗର୍ଭାଶୟ କର୍କଟରେ ବିଶ୍ବସୁନ୍ଦରୀ ପ୍ରତିଯୋଗିତାରେ ପ୍ରତିଯୋଗୀ ଥିବା ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ହୋଇଛି। ସେ ୨୦୧୫ରେ ବିଶ୍ବସୁନ୍ଦରୀ ପ୍ରତିଯୋଗିତାରେ ଉରୁଗୱେରୁ ପ୍ରତିନିଧିତ୍ୱ କରିଥିଲେ । ଶେରିକା ଡିଙ୍କ ମୃତ୍ୟୁ ପରେ ତାଙ୍କ ସହ କାମ କରୁଥିବା ସହଯୋଗୀ କହିଛନ୍ତି, ‘ଶେରିକାଙ୍କ ଭଳି ମଣିଷ ମିଳିବା ସହଜ ନୁହେଁ। ତାଙ୍କ ହୃଦୟ ନିର୍ମଳ। କେବେ ବି କାହା ମନରେ କଷ୍ଟ ଦିଅନ୍ତି ନାହିଁ।’ ଭଉଣୀ ମୃତ୍ୟୁ ପରେ ଶେରିକାଙ୍କ ଭାଇ ମୟକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। ଲେଖିଛନ୍ତି, ‘ ସର୍ବଦା ଉଚ୍ଚକୁ ଉଡ଼ ମୋ ଭଉଣୀ।’
ରିପୋର୍ଟ ମୁତାବକ, ଶେରିକା ଡି ଫ୍ୟାସନକୁ ଖବୁ ପସନ୍ଦ କରୁଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଜଣେ ମଡେଲ ହେବାକୁ ଚାହୁଁଛି, ମୁଁ ଫ୍ୟାସନ ସହ ଜଡିତ ସମସ୍ତ ଜିନିଷକୁ ଭଲ ପାଏ।’ କିନ୍ତୁ ଅଳ୍ପ ବୟସରେ ତାଙ୍କ ଜୀବନରେ ବଡ ମୋଡ ଆସିଥିଲା । ସେ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ଡି ଅର୍ମାସଙ୍କ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିଲା। ସେ ସୁସ୍ଥ ହୋଇଯିବେ ବୋଲି ଆଶ କରାଯାଉଥିବା ବେଳେ ୨୬ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor