ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ
ଭୁବନେଶ୍ୱର: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି।
ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଯୁଧିଷ୍ଠିର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲି ବିଧାୟକ ଥିଲେ ଯୁଧିଷ୍ଠିର ସାମନ୍ତରାୟ। ଏହାପରେ ଯୁଧିଷ୍ଠିର ଲଗାତାର ୨୦୧୪ ପର୍ଯ୍ୟନ୍ତ
ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ସେହିପରି ୧୯୮୪ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସେ ପିପିଲି ବ୍ଲକ ଚେୟାରମ୍ୟାନ ଥିଲେ। ଯୁଧିଷ୍ଠିରଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଛି। ଯୁଦ୍ଧିଷ୍ଠିରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ନେତା ଓ ମନ୍ତ୍ରୀ ଗଭୀର ଶୋକପ୍ରକାଶ କରିଛନ୍ତି।
Powered by Froala Editor