ସ୍ତ୍ରୀକୁ ହତ୍ୟା କରି ଥାନାରେ ସ୍ୱାମୀର ଆତ୍ମସମର୍ପଣ
ବାସୁଦେବପୁର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଲା ସ୍ୱାମୀ। ସ୍ତ୍ରୀ ରାଧାରାଣୀ ବେହେରାଙ୍କର ପରକୀୟା ପ୍ରୀତି ପାଇଁ ସ୍ୱାମୀ ଦିପୁ ବେହେରା ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି। ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ାର କରୁଣ ପରିଣତି। ଗତ ସୋମବାର ରାତିରେ ତାମିଲନାଡୁରୁ ଘରକୁ ଫେରିବା ବାଟରେ ଗାଁ ମୁଣ୍ଡ ପଡ଼ିଆରେ ସ୍ତ୍ରୀ ରାଧାରାଣୀ ବେହେରାଙ୍କୁ ଅତି ଅମାନୁଷିକ ଭାବେ ମାରି ଫିଙ୍ଗି ଦେଇଛି ସ୍ୱାମୀ ଦିପୁ ବେହେରା। ଆଉ ତାପରେ ନିଜେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
Powered by Froala Editor