Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ...

  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

  • ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ...

  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ...

  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ...

  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ...

  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ ...

ରାଜ୍ୟ
Home ›› ରାଜ୍ୟ ››କିଟ୍‍ ଆନ୍ତର୍ଜାତିକ ଛାୟା ଜାତିସଂଘ ଉଦ୍‌ଯାପିତ

କିଟ୍‍ ଆନ୍ତର୍ଜାତିକ ଛାୟା ଜାତିସଂଘ ଉଦ୍‌ଯାପିତ

2023-10-09 08:34:48
15332
Share:
Facebook
Twitter
E-Mail
WhatsApp
Telegram
କିଟ୍‍ ଆନ୍ତର୍ଜାତିକ ଛାୟା ଜାତିସଂଘ ଉଦ୍‌ଯାପିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା କିଟ୍ ଇଣ୍ଟରନ୍ୟାସନାଲ ମଡେଲ ୟୁନାଇଟେଡ୍ ନେସନସ୍ (ଏମୟୁଏନ୍‌)ର ୧୧ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶବ୍ୟାପୀ ୫ଶହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୩ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହା ବ୍ୟତୀତ ନାଇଜେରିଆ, ସୋମାଲିଆ, ବାଂଲାଦେଶ, ସିରିଆ, ଇଥିଓପିଆ, ଟୋଗୋ ଓ ଇଣ୍ଡୋନେସିଆ ଆଦି ଦେଶର ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ଏହା ହେଉଛି ଏସିଆର ସବୁଠାରୁ ବଡ଼ ଛାୟା ଜାତିସଂଘ। ଉଦ୍‌ଘାଟନୀ ଉତ୍ସବରେ ଟୋଗୋର ଉଚ୍ଚଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟର ସ୍କଲାରସିପ୍ ଓ ଇଣ୍ଟର୍ନସିପ୍ ବିଭାଗର ନିର୍ଦ୍ଦେଶକ କୋମଲା ଏ. ଜେରିସ୍ ଜୋଗବେମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଟୋଗୋ ଦୂତାବାସର ଭାରପ୍ରାପ୍ତ ଅଧିକାରୀ ୟାୱା ଏଡେମ୍ ଆକପେମାଡୋ ଯୋଗ ଦେଇଥିଲେ। କିଟ୍‌-ମୁନ୍‍ର ୧୧ତମ ସଂସ୍କରଣର ବିଷୟବସ୍ତୁ ଥିଲା ‘ଏନ୍‌ଗେଜ୍ ଟୁ ଏମ୍‍ପାୱାର’ ଥିଲା। ଏହା ଯୁବଗୋଷ୍ଠୀ ମଧ୍ୟରେ ସଶକ୍ତିକରଣ ଏବଂ ଅଭିବୃଦ୍ଧିକୁ ସୁଗମ କରିବ। ଏହା ଭବିଷ୍ୟତର ଏକ ସୁନ୍ଦର ବିଶ୍ୱ ଗଠନ ଦିଗରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜି-୨୦ ନେତୃତ୍ୱରେ ଭାରତର ଚମତ୍କାର ଭୂମିକାକୁ ପ୍ରଶଂସା କରି ଜୋଗ୍ୱେମା ଜାତିସଂଘ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ତ୍ତମାନ ଆକ୍ରମଣ, ଯୁଦ୍ଧ, ଆତଙ୍କବାଦ, ଖାଦ୍ୟ ଅଭାବ, ସ୍ୱାସ୍ଥ୍ୟ ସେବା ଏବଂ ଶରଣାର୍ଥୀ ସଙ୍କଟ ସମେତ ଅନେକ ପ୍ରସଙ୍ଗ ଉଭା ହୋଇଛି। ମାନବ ବିକାଶ କ୍ଷେତ୍ରରେ ଉତ୍କୃଷ୍ଟ ହେବା ପାଇଁ ଟୋଗୋ, ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, କିଟ୍‍ ଆନ୍ତର୍ଜାତିକ ମୁନ୍‍ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ଛାୟା ଜାତିସଂଘ। ଚଳିତବର୍ଷର ବିଷୟବସ୍ତୁ ‘ଏନ୍‌ଗେ୍‌ଜ୍ ଟୁ ଏମ୍‌ପାୱାର’କୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ (କିସ୍‌) ଅତି ସୁନ୍ଦର ଭାବେ ପୂରଣ କରିପାରିଛି। ଛାୟା ଜାତିସଂଘ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ସମାଧାନ ପାଇଁ ଆଲୋଚନା ଜରିଆରେ ପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କିଟ୍‌-ମୁନ୍‍ରେ ୩୫ ଜଣ କାର୍ଯ୍ୟକାରିଣୀ ବୋର୍ଡ ସଦସ୍ୟ ଥିବାବେଳେ ଏଥିରେ ଇଣ୍ଡୋନେସିଆ ଏବଂ ବାଂଲାଦେଶର ଛାତ୍ର ପ୍ରତିନିଧି ରହିଥିଲେ। କିଟ୍‍ ମୁନ୍‍ର ମହାସଚିବ ସୀତେଶ ସିଂହ ଏହି ଛାୟା ଜାତିସଂଘର ଅଧ୍ୟକ୍ଷତା କରିଥିଲେ। ୨୦୧୩ରେ ଆରମ୍ଭ ହେବା ପରଠାରୁ କିଟ୍‌-ମୁନ୍‍ର ଆଦୃତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ ଦାରିଦ୍ର‌୍ୟ, କ୍ଷୁଧା, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା ଏବଂ ଶରଣାର୍ଥୀ ସଙ୍କଟ ଉପରେ ଆଲୋଚନା ଜରିଆରେ ପରିବର୍ତ୍ତନ ଚାହୁଁଥିବା ଭବିଷ୍ୟତର ନେତା ଓ କୂଟନୀତିଜ୍ଞଙ୍କ ପାଇଁ ଏହା ଏକ ଉପଯୁକ୍ତ ଫୋରମ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ସମ୍ପର୍କ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, ଅତିରିକ୍ତ କୁଳସଚିବ ଡା. ଶ୍ୟାମ ସୁନ୍ଦର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags KIIT

Related articles Odisha News Lens 4.1

  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ
    ଦେଶ-ଦେଶାନ୍ତର

    ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    14180
    Mar 21, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ
    ବିଶେଷ

    ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13345
    Mar 22, 2026
  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ
    ଦେଶ-ଦେଶାନ୍ତର

    ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14082
    Mar 22, 2026
  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ
    ଦେଶ-ଦେଶାନ୍ତର

    ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ

    15039
    Mar 22, 2026
  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ

    15015
    Mar 22, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା
    ବାଣିଜ୍ୟ

    ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    14687
    Mar 22, 2026
  • ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
    ଦେଶ-ଦେଶାନ୍ତର

    ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    15307
    Mar 22, 2026
  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର
    ଦେଶ-ଦେଶାନ୍ତର

    ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13377
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି
    ବାଣିଜ୍ୟ

    ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15204
    Mar 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    15307
    Mar 22, 2026
  • ଦେଶ-ଦେଶାନ୍ତର

    ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ

    15015
    Mar 22, 2026
  • ଦେଶ-ଦେଶାନ୍ତର

    ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13377
    Mar 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17381
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17445
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17792
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16265
    Apr 03, 2021

ବିଶେଷ

  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13345
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14903
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15552
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15459
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14188
    Mar 17, 2026

ବାଣିଜ୍ୟ

ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ଶୁକ୍ରବାର ଦିନ ଶିଳ୍ପଭିତ୍ତିକ ଡିଜେଲ ଓ ପ୍ରିମିୟମ୍ ପେଟ୍ରୋଲ ଦରରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବିକ୍ରି ହେଉଥିବା ବଲ୍କ ଡିଜେଲ ଲିଟର ପିଛା ୨୧.୯୨ ଟଙ୍କା (ପ୍ରାୟ ୨୫% ...

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15204
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13803
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14260
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15696
    Feb 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14082
    Mar 22, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13345
    Mar 22, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    14687
    Mar 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In