ସୁପରଫାଷ୍ଟ ଟ୍ରେନରେ କଟି ଯୁବକ ମୃତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅନ୍ତର୍ଗତ ବାଘରାରୋଡ ନିକଟରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟ ଘଟିଛି। ଯୁବକ ଜଣକ ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପୁରୀ- ବାଙ୍ଗିରିପୋଷି ଆସୁଥିବା ସୁପରଫାଷ୍ଟ ଟ୍ରେନରେ କଟି ଯୁବକ ଜଣକ ମୃତ୍ୟ ହୋଇଥିବା ଅନୁମାନ କରାଯାଉଛି।
ସକାଳୁ ଯୁବକଙ୍କ ମୃତ ଦେହ ରେଳ ଧାରଣାରେ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ରେଳ ସୁରକ୍ଷା ବଳର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏହାକୁ ଆରପିଏଫ ଥାନାରେ ଏକ ମାମଲା ରୁଜୁ କରଯାଇଛି। ମୃତ୍ୟର ସଠିକ କାରଣ ଜଣା ପଡ଼ିନାହିଁ।
Powered by Froala Editor