ଯୁବକଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଜଣେ ଯୁବକଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ସେ ମଞ୍ଚା ବାନ୍ଧି ରହିଥିଲେ। ତେବେ ବିଳମ୍ବିତ ରାତିରେ କେହି ତାଙ୍କର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲା। ତେବେ କଣ ହୋଇଛି ବୁଝିବା ବେଳକୁ ପୀଡ଼ିତ ସେହିଠାରେ ଟଳି ପଡ଼ିଥିଲେ। ଖବର ପାଇ ପୁଲିସ ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନାହିଁ।
Powered by Froala Editor