୧୦ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ
ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ ଧର୍ମଘଟ ହେବ। ଏନେଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ରବିବାର ସୂଚନା ଦେଇଛନ୍ତି। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଚାଲିବ ବୋଲି ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡୁଥିବା ବସ ଭିତରେ ପ୍ରାଇଭେଟ ବସ ଗୁଡିକୁ ସାମିଲ କରିବା ଓ ମୋ ବସ ଅର୍ବାନ ଏରିଆ ଛଡା ଅନ୍ୟ କୌଣସି ଅଞ୍ଚଳକୁ ନ ଚଲାଇବା ପାଇଁ ଦାବି ହୋଇଥିଲା। ଏହାଛଡା ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିବା କାର୍ଯ୍ୟଗୁଡିକ ପୂରଣ କରିବା ପାଇଁ ମଧ୍ୟ ଦାବି ଉଠିଥିଲା। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ବସ ଧର୍ମଘଟ ଚାଲିବ ଦେବେନ୍ଦ୍ର କହିଛନ୍ତି। ଏଥର ଧର୍ମଘଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ ଗୁଡିକ ମଧ୍ୟ ଧର୍ମଘଟରେ ସାମିଲ ହେବ। ଅର୍ଥାତ ଶିକ୍ଷାନୁଷ୍ଠାନରେ ନିୟୋଜିତ ପ୍ରାଇଭେଟ୍ ବସ୍ ଗୁଡ଼ିକ ୧୦ ତାରିଖରୁ ଗଡ଼ିବନାହିଁ।
Powered by Froala Editor