ଭିଡିଓ ପୋଷ୍ଟ କଲେ ଶିମିଳିପାଳ କର୍ତ୍ତୃପକ୍ଷ : ଅଭୟାରଣ୍ୟରେ ବୁଲୁଛି ବାଘୁଣୀ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ନୂଆ ଖବର । ଏକ ଭିଡିଓ ଜାରି କରିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ । ଯେଉଁଥିରେ ଦେଖିବାକୁ ମିଳିଛି, ବାଘୁଣୀ ବୁଲୁଛି । ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି କର୍ତ୍ତୃପକ୍ଷ । ବ୍ୟାଘ୍ର ସଂଖ୍ୟା ବୃଦ୍ଧି ପାଇଁ ଚେଷ୍ଟା କରାଯାଉଥିବାବେଳେ ଏହି ଭିଡିଓ ନୂଆ ଆଶା ସଞ୍ଚାର କରିଛି ।
ଭିଡିଓରେ ଦେଖିବାକୁ ମିଳିଛି, ମହାବଳ ବାଘଟି ଘଞ୍ଚ ଜଙ୍ଗଲ ଭିତରେ ନିର୍ଦ୍ଵନ୍ଦରେ ବୁଲୁଛି। ମଝିରେ ମଝିରେ ସେ ନିଜ ଦେହକ ଚାଟୁଥିବା ଦେଖିବାକୁ ମିଳିଛି। ବାଘଟି ମାଈ ବାଘ। ତାହାର ନାଁ ଟି୧୮ ରଖାଯାଇଛି। ଏହି ଭିଡିଓକୁ ରେଞ୍ଜ ଅଫିସର ଶିଶିର ବେହେରା ସୁଟିଂ କରିଥିବା କୁହାଯାଉଛି।
କୁହାଯାଉଛି ଏକ ମାଈ ବାଘ ଦୁଇ ବର୍ଷ ତଳେ ୪ଟି ଛୁଆ ଜନ୍ମ ଦେଇଥିଲା। ଇଏ ସେହି ୪ ଛୁଆଙ୍କ ମଧ୍ୟରୁ ଜଣେ ବୋଲି ଅନୁମାନ କରାଯାଉଛି।
Powered by Froala Editor