ରାଜ୍ୟ ପାଇଁ ଘାତକ ଥିଲା ମେ ମାସ

ଭୁବନେଶ୍ୱର: ରାଜ୍ୟ ପାଇଁ ଘାତକ ଥିଲା ମେ ମାସ । ଗୋଟିଏ ମାସରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩୭ ଜଣଙ୍କ ମୃତୁ୍ୟ ସମ୍ପର୍କରେ ସରକାରୀ ଘୋଷଣା ହୋଇଥିଲା । ତେବେ ଗତ ମାସରେ ଘୋଷଣା ହୋଇଥିବା ସମୁଦାୟ ମୃତୁ୍ୟର ୨୧ ପ୍ରତିଶତ ୧୭-୪୦ ବର୍ଷର ଲୋକଙ୍କୁ ମୃତୁ୍ୟ ହୋଇଛି । ଏହା ସହ ୧୬ ବର୍ଷରୁ କମ ୩ ଜଣ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ୪୧-୬୦ ବର୍ଷ ଭିତରେ ୩୬୧ ଓ ୬୦ ରୁ ଅଧିକ ୨୧୫ ଜଣଙ୍କ ଜୀବନ ନେଇଛି କରୋନା । କରୋନାର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ଆକ୍ରାନ୍ତ ହେଉଥିବା ବିଶେଷଜ୍ଞମାନେ ଦାବି କରି ଆସୁଛନ୍ତି । ବିଶେଷ କରି ଭୂତାଣୁର ଏକାଧିକ ଭାରିଏଣ୍ଟ ପ୍ରଭାବରେ ଯୁବ ପିଢ଼ି ସଂକ୍ରମିତ ହେଉଛନ୍ତି । ରାଜ୍ୟରେ ୧୭-୪୦ ବର୍ଷର ୨୧ ପ୍ରତିଶତ ସଂକ୍ରମିତ ପ୍ରାଣ ହରାଇବା ଏହି ଦାବିକୁ ପ୍ରମାଣିତ କରୁଛି ।
Powered by Froala Editor