ଦେଶରେ କରୋନା ନେଲା ୩୩୮୦ ଜୀବନ
ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି କରୋନା ଲୋକଙ୍କ ଜୀବନ ନେବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ଦେଶରେ କରୋନା ମୃତକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା ବେଳେ ପୁଣି ୩ ହଜାର ଟପିଛି ମୃତୁ୍ୟ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୨ ଲକ୍ଷରୁ ସାମାନ୍ୟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ପୁଣି ୩ ହଜାର ଟପିଯାଇଛି। ଗତ ୫୮ ଦିନ ମଧ୍ୟରେ ଆଜି ହେଉଛି ସର୍ବନିମ୍ନ ଦୈନିକ ସଂକ୍ରମଣ ରିପୋର୍ଟ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୨୦,୫୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ ମୃତ୍ୟୁସଂଖ୍ୟା ୩,୪୪,୦୮୨ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭,୮୯୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୬୭,୯୫,୫୪୯ରେ ପହଞ୍ଚିଛି।
Powered by Froala Editor