୪୦ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୩୦ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୯୫୨ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବରଗଡ଼ରେ ୨, ବଲାଙ୍ଗୀରରେ ୨, ବୌଦ୍ଧରେ ୩, କଟକରେ ୪, ଦେବଗଡ଼ରେ ୨, ଗଞ୍ଜାମରେ ୧, ଝାରସୁଗୁଡ଼ାରେ ୩, କଳାହାଣ୍ଡିରେ ୩, କନ୍ଧମାଳରେ ୧, ଖୋର୍ଦ୍ଧାରେ ୬, ମୟୂରଭଞ୍ଜରେ ୪, ନୟାଗଡ଼ରେ ୧, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ହୋଇଛି ।
ରାଜ୍ୟରେ ଆଜି ୭୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪ରେ ପହଁଚିଛି । ୭ ଲକ୍ଷ ୨୪ ହଜାର ୪୦୨ ଜଣ ସୁସ୍ଥ ହୋଇଥିବାବେଳେ ୭୮ ହଜାର ୬୮୭ ଚିକିତ୍ସାଧୀନ ଅଛନ୍ତି ।
Powered by Froala Editor