୮ ଓ ୯ରେ ୧୮ରୁ ୪୪ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି । ତେବେ ଟିକାର ଅଭାବ ପାଇଁ ଅଧିକାଂଶ ସ୍ଥାନରେ ଟିକାକରଣରେ ବାଧା ସୃଷ୍ଟି ହେଉଛି ।
ତେବେ ୧୮ରୁ ୪୪ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୮ ଓ ୯ରେ ଏନେଇ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ବନ୍ଦ ରହିଥିବା ମୋବିଲାଇଜେସନ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହେବ । ମେ’ ୩, ୪, ୫ରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ଏନେଇ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବ । ପୂର୍ବରୁ ନେଇଥିବା କେନ୍ଦ୍ରରେ ହିଁ ଟିକାକରଣ କରାଯିବ । କୋୱିନ ଆପରେ ସ୍ଲଟ ବୁକ କରିଥିବା ବ୍ୟକ୍ତି ପୁଣି ସ୍ଲଟ ବୁକିଂ କରିବେ । ଟିକାର ପରିମାଣ ଦେଖି ଟିକାକରଣ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି ।
Powered by Froala Editor