Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

  • ‘ମହାକାଳୀ’ର ପ୍ରଥମ ଝଲକ

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ...

  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ...

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ...

  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ ...

  • ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ...

  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ...

ରାଜ୍ୟ
Home ›› ରାଜ୍ୟ ››ଓଡ଼ିଆ ସମାଜର ଆଜିର ଅବସ୍ଥା କ’ଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କ’ଣ ? ଏହା ହିଁ ବର୍ତ୍ତମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ସମାଜର ଆଜିର ଅବସ୍ଥା କ’ଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କ’ଣ ? ଏହା ହିଁ ବର୍ତ୍ତମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

2023-09-24 08:10:37
15117
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଆ ସମାଜର ଆଜିର ଅବସ୍ଥା କ’ଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କ’ଣ ? ଏହା ହିଁ ବର୍ତ୍ତମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଓଡ଼ିଆ ସମାଜର ଆଜିର ଅବସ୍ଥା କଣ ଏବଂ ମୋ ସମାଜକୁ ଆଗକୁ ନେବା ପାଇଁ ମୋର ଦାୟିତ୍ୱ କଣ ? ମୋର କାମ କଣ, ମୋର ଭବିଷ୍ୟତ କଣ ? ଏହା ହିଁ ପରିଚୟର କଳ୍ପନାର ଗୋଟିଏ କାମ ବୋଲି ଶନିବାର ଭୁବନେଶ୍ୱରରେ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ’ର ଏକାଦଶ ଓଡ଼ିଶା ଲିଟେରାରୀ ଫେଷ୍ଟିଫାଲ -୨୦୨୩ (ଓଏଲଏଫ)ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  


ଓଏଲଏଫର ବିଷୟ ବସ୍ତୁ 'ଦ ଆଇଡିଆଜ୍ ଅଫ୍ ଆଇଡେଣ୍ଟି ' ତଥା ‘ପରିଚୟର କଳ୍ପନା’ ଉପରେ ମତ ରଖିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ମଣିଷ, ସଭ୍ୟତା, ଭୌଗୋଳିକ ଅଞ୍ଚଳ କିମ୍ବା ବର୍ଗବିଶେଷର ଏକ ପରିଚୟ ରହିଥାଏ । ଭାଷା, ସଜ୍ଞା, ଆରାଧ୍ୟ ଦେବତାକୁ ନେଇ ପରିଚୟ ତିଆରି ହୋଇଥାଏ ଏବଂ ସ୍ଥାନ, କାଳ, ପାତ୍ର ନେଇ ପରିଚୟ ମଧ୍ୟ ପରିବର୍ତ୍ତିତ ହୋଇଥାଏ । କୌଣସି ନା କୌଣସି ବିଷୟକୁ ନେଇ ସ୍ୱାଭିମାନ ସହ ଚାଲିବା ପାଇଁ ପରିଚୟ ଦରକାର । ଆମେ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ନାଁ କେତେବେଳେ ବିଭିନ୍ନ ରୂପରେ ରହିଆସିଛି । ଗୋଟିଏ ସଭ୍ୟତା କୌଣସି ନା କୌଣସି ସମନାତା ସହ ବନ୍ଧା ହୋଇଥାଏ । ସେହି ସମାନତା ଅଧିକ ଥିବା କାରଣରୁ ଆମ ସଭ୍ୟତା ଗୋଟିଏ ଜ୍ୱଳନ୍ତ ଜାଜୁଲ୍ୟମାନ ଦୀପ ସଦୃଶ ଭାବରେ ଅଛି । ଗୋଟିଏ ସଭ୍ୟତାର ଚିନ୍ତାର ଫଳାଫଳ କଣ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।


ଆମ ରାଜ୍ୟ ଓଡ଼ିଶାକୁ ତଥ୍ୟ ଓ ଇତିହାସର ଦୃଷ୍ଟିକୋଣରୁ ଦେଖିଲେ ଆମ ରାଜ୍ୟ ହଜାର ହଜାର ବର୍ଷ ତଳର । ଅନେକ ଉତଥାନ ପତନ ମଧ୍ୟରେ ଗୋଟିଏ ସୁସଂସ୍କୃତ ସମାଜ ତା’ର ନିରନ୍ତରତାକୁ ବଜାୟ ରଖିଥାଏ । କଳିଙ୍ଗ ଯୁଦ୍ଧ ଏବଂ ତାହାର ଶାସନ ପ୍ରଣାଳୀ, କୌଣାର୍କରେ ପଥର ଉପରେ ଖୋଦିତ ଜିରାଫର ଚିତ୍ର ଅତୀତରେ ଆଫ୍ରିକା ସହ ଥିବା ସମ୍ପର୍କ ଥିବାର ପ୍ରମାଣ ଦିଏ । କୋଣାର୍କର ପୂଜକ ଇରାନର ସୂର୍ଯ୍ୟ ମନ୍ଦିରରୁ ଆସିଥିବା ଲୋକକଥା ରହିଛି । ଏହି ସବୁ ଲୋକକଥା ଓଡ଼ିଶାର ଗୌରବକୁ ପ୍ରତିଫଳନ କରେ । କୋଣାର୍କରେ ପ୍ରତିଫଳିତ ଜିରାଫ ଚିତ୍ର ଆମ ସମାଜର ମୋବିଲିଟିର ଏକ ବଡ଼ ସଙ୍କେତ ଦେଉଛି । ଆମ ବିଚାର ହିଁ ଆମର ଚରିତ୍ର । ଆମେ ଓଡ଼ିଆ ଲୋକମାନେ ଆମ ହଜାର ହଜାର ବର୍ଷର ପରମ୍ପରାକୁ ଆଧାର କରି ‘ପରିଚୟର କଳ୍ପନା’ କରିବା ଦରକାର ଏବଂ ନିଜ ଅଞ୍ଚଳକୁ ଆଗକୁ ନେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବା ଦରକାର ।

କିଛି ଗବେଷକଙ୍କ କହିବାନୁସାରେ, ଗୋଟିଏ ସମୟରେ ଆମ କଳିଙ୍ଗ ରାଜ୍ୟ ସହ ଭାରତର ଅନେକ ରାଜ୍ୟ ସମ୍ପର୍କ ରଖୁଥିଲେ । କଳିଙ୍ଗର ବନ୍ଦର ସମୂହ ଗୁଡିକରେ ଅନ୍ୟ ସାମ୍ରାଜ୍ୟ ଗୁଡିକର ବ୍ୟବସାୟୀ ବେପାର, ବାଣିଜ୍ୟ କରୁଥିଲେ । କଳିଙ୍ଗ ରାଜ୍ୟ ଅଧା ଭାରତକୁ ହାତୀ ଯୋଗାଉଥିବା ନେଇ ମଧ୍ୟ ଇତିହାସକାର ମାନେ ମତ ଦିଅନ୍ତି । ଜଗତସିଂହପୁରରେ ବସତି ସ୍ଥାପନ, ହଜାର ବର୍ଷର କଟକ ସହରର ତାରକସୀ, ପଶ୍ଚିମ ଓଡ଼ିଶାର ଇକତ ଓ ରଘୁରାଜପୁରର ପଟ୍ଟଚିତ୍ରର ଅନନ୍ୟ ପରିଚୟ ରହିଛି । ଏହି ଭୂଖଣ୍ଡର ପରିଚୟ ଅତି କମରେ ଅଢେଇ ହଜାର ବର୍ଷ ତଳର ବୋଲି କୁହାଯାଇପାରେ । ୧୯୦୮ ମସିହାରେ ବ୍ୟାସକବି ଫକୀର ମୋହନ ସେନାପତି ଅରଟ ପ୍ରବନ୍ଧରେ ଲିଭରୋପୁଲ୍‌ର ଲୁଣ ଓ ମାଞ୍ଚେଷ୍ଟରର ଲୁଗା ପିନ୍ଧାକୁ ନେଇ କରିଥିବା ପ୍ରଶ୍ନକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀ ସ୍ୱଦେଶୀ ଆନ୍ଦୋଳନ ମାଧ୍ୟମରେ କହିଥିଲେ । ତେବେ ସେହି ସଭ୍ୟତା ଏକବିଂଶ ଶତାବ୍ଦୀରେ କେଉଁଠି ଅଛି ? ପରିଚୟର କଳ୍ପନା କଣ ହେବା ଦରକାର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସବୁ ଭାରତୀୟ ଭାଷାକୁ ପ୍ରାଥମିକତା ଦେଉଛି । ସବୁ ଭାଷାକୁ ଆମେ ସମ୍ମାନ ଦେବା ଦରକାର । ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପଢାଇବା ପାଇଁ ବାଲବାଟିକାର ବ୍ୟବସ୍ଥା ହୋଇଛି । ପ୍ରଥମରୁ ମାତୃଭାଷାରେ ପାଠ ପଢିଲେ ହିଁ ଶିଶୁଙ୍କର ଅନୁସନ୍ଧାନ, ତର୍କ ଶକ୍ତି ଓ ବୁଝିବାର କ୍ଷମତାରେ ସ୍ପଷ୍ଟତା ଆସିବ । ମାତୃଭାଷାକୁ ପ୍ରାଥମିକତା ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...
    ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...

    13475
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ
    ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13630
    Aug 26, 2026
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ
    ଦେଶ-ଦେଶାନ୍ତର

    ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ

    15264
    Aug 25, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13780
    Aug 26, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ...

    13987
    Aug 26, 2026
  • ‘ମହାକାଳୀ’ର ପ୍ରଥମ ଝଲକ
    ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14276
    Aug 26, 2026
  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ
    ଦେଶ-ଦେଶାନ୍ତର

    ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ

    13531
    Aug 25, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ
    ଦେଶ-ଦେଶାନ୍ତର

    ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14156
    Aug 26, 2026
  •  ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ
    ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15164
    Aug 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14276
    Aug 26, 2026
  • ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14823
    Aug 26, 2026
  • ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15164
    Aug 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17052
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17684
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17724
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18121
    Sep 06, 2023

ବିଶେଷ

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13630
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15202
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15578
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16108
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    14024
    Aug 16, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14448
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15975
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14010
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14276
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ମହାକାଳୀ’ର ପ୍ରଥମ ଝଲକ

    14276
    Aug 26, 2026
  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14823
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13630
    Aug 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In