ବଲାଙ୍ଗୀରରେ ବ୍ୟାପିଲା ସ୍କ୍ରବ ଟାଇଫସ୍ , ୩୩୭ ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗୀରରେ ବ୍ୟାପିଲା ସ୍କ୍ରବ ଟାଇଫସ୍ । ବଲାଙ୍ଗୀରରେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୩୭ରେ ପହଁଚିଛି । ସମଗ୍ର ଜିଲ୍ଲାରେ ଗତ ଅଗଷ୍ଟ ମାସରେ ୧୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଉଥିବା ବେଳେ ସେପ୍ଟେମ୍ବର ମାସ ୧୯ ତାରିଖ ପର୍ୟ୍ୟନ୍ତ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
୩୩୭ ଜଣଙ୍କ ମଧ୍ୟରୁ କେବଳ ୫ଜଣ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିଥିବା କହୁଛନ୍ତି ଭାରପ୍ରାପ୍ତ ସିଡିଏମଓ । ତେବେ ୩୩୭ ଜଣଙ୍କ ମଧ୍ୟରେ କାହାର ମୃତ୍ୟ ହୋଇନଥିବା ସୂଚନା ରହିଛି । ସେହିପରି ଗାଁ ଗାଁରେ ସ୍ୱାସ୍ଥ୍ୟକର୍ମୀ, ଆଶା, ଆଙ୍ଗନବାଡ଼ି, ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଜିଲ୍ଲା ସଦର ମହକୁମା ମୁଖ୍ୟ ଡାକ୍ତର ଖାନା ପର୍ୟ୍ୟନ୍ତ ସ୍ୱାସ୍ଥ୍ୟ କର୍ମୀ ତତ୍ପର ରାଗିଥିବା ବେଳେ ପୋକ କାମୁଡା କିମ୍ବା ଜ୍ୱର ଭଳି କିଛି ସୂଚନା ଆସିଲେ ତୁରନ୍ତ ଚିକିତ୍ସା କରାଯାଉଥିବା କହୁଛନ୍ତି ସସିଡିଏମଓ ।
Powered by Froala Editor