ସ୍କ୍ରବ୍ ଟାଇଫସ୍: ୧୦ ଜଣ ପଜିଟିଭ୍ ଚିହ୍ନଟ
ସୁନ୍ଦରଗଡ଼ : ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି।
ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୫୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ।
Powered by Froala Editor