ବିଧାନସଭା: ପ୍ରଥମ ଦିନରେ ହିଁ ଆସିବ ଅତିରିକ୍ତ ବଜେଟ
ଭୁବନେଶ୍ୱର: ଶୁକ୍ରବାରଠୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରଥମ ଦିନରେ ହିଁ ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ।
ଏହି ଅଧିବେଶନରେ ମାତ୍ର ୮ଟି କାର୍ୟ୍ୟ ଦିବସ ରହିଛି । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସରଗରମ ରହିବ ବୋଲି ଆକଳନ କରାଯାଉଛି । ନିର୍ବାଚନକୁ ଆଉ ବେଶି ସମୟ ନଥିବାବେଳେ ଉଭୟ ବିରୋଧୀ ଦଳ ସରକାରଙ୍କୁ ଜୋରଦାର ଆକ୍ରମଣ କରିବାକୁ ପ୍ରସଙ୍ଗ ସଜାଇ ରଖିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳର ସବୁ ଆକ୍ରମଣକୁ ସାମ୍ନା କରିବା ସହ ପାଲଟା ଆକ୍ରମଣ ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛି । ଶନିବାର ଓ ରବିବାର ଛୁଟି ଥିବାବେଳେ ସୋମବାରଠାରୁ ଗୃହ ସରଗରମ ରହିବ ବୋଲି ଅନୁମାନ କରାଯାଉଛି । ଅକ୍ଟୋବର ୩ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହେବ । ୪ ତାରିଖରେ ଅଧିବେଶନ ସରିବ ।
Powered by Froala Editor