ବିପଦରେ ଏବେ ବିରଳ କଇଁଛ
ମାଲକାନଗିରି: ବିପଦରେ ଏବେ ବିରଳ କଇଁଛ । କଇଁଛଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏବେ କଇଁଛ ଚୋରା ଚାଲାଣ କରାଯାଉଥିବା ନଜରକୁ ଆସିଛି । କରୋନା ଲକଡାଉନ ଓ ସଟଡାଉନ ଭିତରେ ୧୫୦ରୁ ଊଦ୍ଧ୍ୱର୍ କଇଁଛ ଚୋରା ଚାଲାଣ ବେଳେ ଜବତ କରାଯାଇଛି । ତେବେ କଇଁଛ ଜବତ ପରେ ଏମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଲକାନଗିରି କାଲିମେଳା ଅଂଚଳରୁ ଜବତ ହୋଇଛି ଦେଢ଼ ଶହରୁ ଅଧିକ କଇଁଛ । କଇଁଛ ଚୋରା ଚାଲଣ ନେଇ ସୂଚନା ପାଇବା ପରେ ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ କରାଯାଇଥିଲା । ଆନ୍ଧ୍ରରୁ ଏହି କଇଁଛ ଚୋରାରେ ବିକ୍ରି କରିବା ପାଇଁ କାଳିମେଳା ଅଣା ଯାଇଥିବା ସୂଚନା ମିଳିଛି । ତେବେ ଯେଉଁମାନେ ଏହି ବେଆଇନ କାରବାରରେ ସଂପୃକ୍ତ ଥିଲେ, ସେମାନଙ୍କୁ ଧରି ପାରିନାହିଁ ବନ ବିଭାଗ ।
Powered by Froala Editor