ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର, ପୁଲିସ ଓ ମୋ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ମୋ ଦଳ। ‘ରାଜ୍ୟରେ ୫-ଟି ସଚିବ ପାଣ୍ଡିଆନଙ୍କ ଶାସନ ଚାଲିଛି। ଏଥିପାଇଁ ନେତା ଓ ମନ୍ତ୍ରୀମାନେ ବିଧାନସଭା ନଯାଇ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।’ ଏପରି ନାରା ଦେଇ ବିକ୍ଷୋଭ କରିଛନ୍ତି ମୋ ଦଳର କର୍ମୀ।ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି। ଏହି ସମୟରେ ସେମାନଙ୍କୁ ଅଟକାଇବେଳେ ପୁଲିସ ଓ ମୋ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହାସହ ପୁଲିସ କିଛି କର୍ମୀଙ୍କୁ ଓଠାଇ ନେଇ ଅଟକ ରଖିଛି।
ମୋ ଦଳର ନେତା ଅକ୍ଷୟ କୁମାର କହିଛନ୍ତି, ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ସଭା କରୁଛନ୍ତି। ଏହାସହ ବିଭିନ୍ନ ପ୍ୟାକେଜ ଘୋଷଣା କରୁଛନ୍ତି। ନେତା ଓ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧିବା ସହ ଲୋକ ଜୁଗାଡ଼ କରୁଛନ୍ତି। ତାହାହେଲେ କାହିଁକି ବିଧାନସଭା ଭିତରକୁ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀମାନେ ଆସିବେ। ସେମାନେ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।
Powered by Froala Editor