ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ମଲ୍ଲିକ। ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ଭରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ସେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ପଦ ପାଇ ନିର୍ବାଚନ ହେବ।ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ। କିଏ ହେବ ବାଚସ୍ପତି ସେନେଇ ଚର୍ଚ୍ଚା ଜୋର ଧରିଥିଲା। ଅନେକ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଗତକାଲି ବିଜେଡି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।
ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ଲାଗି ନାମାଙ୍କନ ଭରିବା ପରେ ରାଜସ୍ୱ ବିଭାଗ ଦାୟିତ୍ୱ ଏବେ ସୁଦାମ ମାର୍ଣ୍ଡିଙ୍କ ହାତରେ ଅର୍ପଣ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
Powered by Froala Editor