କାଞ୍ଜିପାଣି ନିକଟରେ ଓଲଟିଲା ଟ୍ରକ୍ : ଚାପିହୋଇ ଡ୍ରାଇଭର, ହେଲପର ମୃତ
କେନ୍ଦୁଝର କାଞ୍ଜିପାଣି ୪୯ ନମ୍ବର ଜାତୀୟ ରାଜପଥ କାଇପୁର ପୋଲରେ ଷୋହଳ ଚକିଆ ଟ୍ରକ ଭାରସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ଉକ୍ତ ଗାଡ଼ିର ଚାଳକ ଓ ହେଲପର ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ସୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ଦୁଇ ମୃତକଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ଡବ୍ଲୁବି ୨୯ସି ୩୫୭୯ ନମ୍ୱର ବିଶିଷ୍ଟ ଷୋହଳ ଚକିଆ ଟ୍ରକଟି ମାଲ ବୋଝେଇ କରି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଉକ୍ତ ପୋଲ ଉପରେ ଭାରସାମ୍ୟ ହରାଇ ପୋଲର ସୁରକ୍ଷା କାନ୍ଥରେ ବାଡେଇ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଓ ହେଲପର ଗାଡ଼ିରେ ଚାପି ହୋଇ ରହିଥିଲେ । କେନ୍ଦୁଝର ଦମକଳ ବାହୀନି ଓ ଜାତୀୟ ରାଜପଥ ରେ ନିୟୋଜିତ ଥିବା ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଚାଳକ ଓ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ।
Powered by Froala Editor