Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ...

  • ବିବାହ ବନ୍ଧନରେ ଅର୍ଜୁନ-ସାନିଆ

  • ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ...

  • ପମ୍ପରେ ଆଉ ମିଳିବନି ପେଟ୍ରୋଲ !

  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ...

  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

  • ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ...

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ...

  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ

ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ

2023-09-18 05:54:28
15774
Share:
Facebook
Twitter
E-Mail
WhatsApp
Telegram
ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ

ଆମର ବିଶ୍ୱକର୍ମା ଭାଇ ଭଉଣୀମାନଙ୍କ ସମ୍ମାନ, ସାମର୍ଥ୍ୟ ଏବଂ ସମୃଦ୍ଧି ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରାଯାଇଛି ବୋଲି ରବିବାର ପବିତ୍ର ବିଶ୍ୱକର୍ମା ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଯଶୋଭୂମି ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ତ୍ତମାନ ଏହି ଯୋଜନାରେ ୧୮ଟି ଭିନ୍ନ ଭିନ୍ନ କାମ କରୁଥିବା ବିଶ୍ୱକର୍ମା ସାଥୀମାନଙ୍କ ଉପରେ ଫୋକସ କରାଯାଇଛି । ଏମିତି କୌଣସି ଗାଁ ନାହିଁ ଯେଉଁଠି ଏହି ୧୮ ପ୍ରକାର କାମ କରୁଥିବା ଲୋକ ନାହାନ୍ତି । ଏମାନଙ୍କ ମଧ୍ୟରେ କାଠକାମ କରୁଥିବା କାର୍ପେଣ୍ଟର, କାଠ ଖେଳନା ତିଆରି କରୁଥିବା କାରିଗର, ଲୁହା କାମ କରୁଥିବା କମାର, ସୁନା ଅଳଙ୍କାର ତିଆରି କରୁଥିବା ବଣିଆ, ମାଟି କାମ କରୁଥିବା କୁମ୍ଭାର, ମୂର୍ତ୍ତି ତିଆରି କରୁଥିବା ମୂର୍ତ୍ତିକାର, ଜୋତା ତିଆରି କରୁଥିବା ଭାଇ, ରାଜମିସ୍ତ୍ରୀ ଭାବେ କାମ କରୁଥିବା ଲୋକମାନେ, ହେୟାର କଟିଂ କରୁଥିବା ଲୋକ, ପୋଷାକ ଧୋଉଥିବା ଲୋକ, ପୋଷାକ ସିଲେଇ କରୁଥିବା ଲୋକ ତଥା ଯେଉଁ ବନ୍ଧୁମାନେ ଫୁଲ ମାଳ ତିଆରି କରନ୍ତି, ମାଛଧରା ଜାଲ ତିଆରି କରନ୍ତି, ଡଙ୍ଗା ତିଆରି ଭଳି ବିଭିନ୍ନ ପ୍ରକାର କାମ କରନ୍ତି ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ହଜାର ହଜାର ବର୍ଷରୁ ଯେଉଁ ସାଥୀମାନେ ଭାରତର ସମୃଦ୍ଧିର ମୂଳରେ ରହିଛନ୍ତି, ସେମାନେ ଆମର ବିଶ୍ୱକର୍ମା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ ଋଣ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢାଇବ । ଶ୍ରମଜୀବୀଙ୍କୁ ସଶକ୍ତ କରାନଗଲେ ଭାରତର ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବା ଅସମ୍ଭବ । ଏହି ଯୋଜନା ଦ୍ୱାରା ଆମର ଲକ୍ଷାଧିକ ବିଶ୍ୱକର୍ମା ଭାଇ ଭଉଣୀଙ୍କୁ ଅଧିକ ଶକ୍ତି ମିଳିବ । ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପ୍ରମାଣପତ୍ର ମିଳିବ । ଲକ୍ଷାଧିକ ବିଶ୍ୱକର୍ମାଙ୍କ ଖାତାକୁ କମ୍ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯିବ । ବୃତ୍ତିଧାରୀଙ୍କ ଉତ୍ପାଦିତ ସାମଗ୍ରୀକୁ ରାଷ୍ଟ୍ରୀୟ ଓ ବୈଶ୍ୱିକ ସ୍ତରରେ ବ୍ୟବସାୟିକ ଢାଞ୍ଚାରେ ଯୋଡାଯିବ । ଏହା ହିଁ ମୋଦିଜୀଙ୍କ ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସର ମନ୍ତ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମାର ଶୁଭାରମ୍ଭରେ ଉପସ୍ଥିତ ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ପ୍ରଧାନମନ୍ତ୍ରୀ ବିଶ୍ୱକୁ ଏକ ପରିବାର ଭାବେ ମାନନ୍ତି । ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି । ବିଶ୍ୱର ବଞ୍ଚିତ ବର୍ଗ ଲୋକଙ୍କ କଥା ଚିନ୍ତା କରୁଥିବା ନେତା ହେଉଛନ୍ତି ମୋଦି । ୨୦୧୪ରେ ଲୋକସଭା ଗୃହରେ ପ୍ରଧାନମନ୍ତ୍ରୀ ପ୍ରଥମ ଅଭିଭାଷଣରେ କହିଥିଲେ ମୋ ସରକାର ଦେଶର ବଞ୍ଚିତ ବର୍ଗଙ୍କ ପ୍ରତି ସମର୍ପିତ ରହିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସମାବେଶୀର ଚରିତ୍ର ଓ ସାମାଜିକ ନ୍ୟାୟ ଦେଖିବାକୁ ମିଳେ । ବିଗତ ୯ ବର୍ଷରେ ଗରିବ, ପଛୁଆ, ବଞ୍ଚିତ, ବିଶ୍ୱକର୍ମା ମାନଙ୍କ ଉତଥାନ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାରେ ରହିଛି । ପିଏମ ବିଶ୍ୱକର୍ମା ଯୋଜନାରେ ସମାବେଶୀ ବିକାଶ, ସାମାଜିକ ନ୍ୟାୟ ଓ ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସକୁ ଗୋଟିଏ ପାଦ ଆଗକୁ ବଢାଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶବାସୀଙ୍କ ତରଫରୁ ବଞ୍ଚିତ ବର୍ଗ ଏବଂ ବିଶ୍ୱକର୍ମା ସମାଜ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ପିଏମ ଶତାୟୁ ହୁଅନ୍ତୁ ଏବଂ ଦେଶର ମାନ, ମର୍ଯ୍ୟାଦା ଏବଂ ସଭ୍ୟତା ଏହିପରି ଆଗକୁ ବଢୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପିଏମ ବିଶ୍ୱକର୍ମା ପ୍ରମାଣ ପତ୍ର ଗ୍ରହଣ କରିଥିବା ପୁରୀର ବସନ୍ତ କୁମାର ରଣାଙ୍କ ବ୍ୟତିତ ଗଣେଶ କୁମାର ରଣା ଏବଂ ନରସିଂହ ରଣାଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ ।

Powered by Froala Editor

Tags dharmendra pradhan , p m viswakarma

Related articles Odisha News Lens 4.1

  •  ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର
    ଦେଶ-ଦେଶାନ୍ତର

    ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର

    14311
    Mar 07, 2026
  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ
    ଦେଶ-ଦେଶାନ୍ତର

    ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ

    13529
    Mar 07, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ
    ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    15011
    Mar 06, 2026
  • ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ  ହେଲିକପ୍ଟର
    ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ ହେଲିକପ୍ଟର

    14933
    Mar 07, 2026
  •  ଏହି  ସ୍ଥାନରେ କଳାଜାଇ ଥିଲେ  ଖୋଲେ ପୂର୍ବଜନ୍ମର ରହସ୍ୟ
    ବିଶେଷ

    ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14216
    Mar 07, 2026
  • ବିବାହ ବନ୍ଧନରେ ଅର୍ଜୁନ-ସାନିଆ
    ମନୋରଞ୍ଜନ

    ବିବାହ ବନ୍ଧନରେ ଅର୍ଜୁନ-ସାନିଆ

    14507
    Mar 07, 2026
  • ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ରିପୋର୍ଟିଂ ବନ୍ଦ
    ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ରିପୋର୍ଟିଂ ବନ୍ଦ

    13651
    Mar 07, 2026
  •  UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ
    ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13576
    Mar 06, 2026
  • ପମ୍ପରେ ଆଉ ମିଳିବନି ପେଟ୍ରୋଲ !
    ଦେଶ-ଦେଶାନ୍ତର

    ପମ୍ପରେ ଆଉ ମିଳିବନି ପେଟ୍ରୋଲ !

    13961
    Mar 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ ହେଲିକପ୍ଟର

    14933
    Mar 07, 2026
  • ଦେଶ-ଦେଶାନ୍ତର

    ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13772
    Mar 07, 2026
  • ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    15011
    Mar 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16247
    Apr 03, 2021

ବିଶେଷ

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14216
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14843
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15264
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14471
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15086
    Feb 28, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15670
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15127
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14979
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14493
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13576
    Mar 06, 2026
  • ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର

    14311
    Mar 07, 2026
  • ପମ୍ପରେ ଆଉ ମିଳିବନି ପେଟ୍ରୋଲ !

    13961
    Mar 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In