Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, September 25, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟାୟାର ପଙ୍କଚର୍ ଦୋକାନରୁ କୋର୍ଟ : ସିଭିଲ ...

  • ଧରାପଡ଼ିଗଲା ଚୋରା ପୀରତି : ପ୍ରେମିକ ସହ ...

  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ ...

  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ...

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ...

  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ...

  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ...

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ

ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ

2023-09-18 11:24:28
15580
Share:
Facebook
Twitter
E-Mail
WhatsApp
Telegram
ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ

ଆମର ବିଶ୍ୱକର୍ମା ଭାଇ ଭଉଣୀମାନଙ୍କ ସମ୍ମାନ, ସାମର୍ଥ୍ୟ ଏବଂ ସମୃଦ୍ଧି ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରାଯାଇଛି ବୋଲି ରବିବାର ପବିତ୍ର ବିଶ୍ୱକର୍ମା ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଯଶୋଭୂମି ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ତ୍ତମାନ ଏହି ଯୋଜନାରେ ୧୮ଟି ଭିନ୍ନ ଭିନ୍ନ କାମ କରୁଥିବା ବିଶ୍ୱକର୍ମା ସାଥୀମାନଙ୍କ ଉପରେ ଫୋକସ କରାଯାଇଛି । ଏମିତି କୌଣସି ଗାଁ ନାହିଁ ଯେଉଁଠି ଏହି ୧୮ ପ୍ରକାର କାମ କରୁଥିବା ଲୋକ ନାହାନ୍ତି । ଏମାନଙ୍କ ମଧ୍ୟରେ କାଠକାମ କରୁଥିବା କାର୍ପେଣ୍ଟର, କାଠ ଖେଳନା ତିଆରି କରୁଥିବା କାରିଗର, ଲୁହା କାମ କରୁଥିବା କମାର, ସୁନା ଅଳଙ୍କାର ତିଆରି କରୁଥିବା ବଣିଆ, ମାଟି କାମ କରୁଥିବା କୁମ୍ଭାର, ମୂର୍ତ୍ତି ତିଆରି କରୁଥିବା ମୂର୍ତ୍ତିକାର, ଜୋତା ତିଆରି କରୁଥିବା ଭାଇ, ରାଜମିସ୍ତ୍ରୀ ଭାବେ କାମ କରୁଥିବା ଲୋକମାନେ, ହେୟାର କଟିଂ କରୁଥିବା ଲୋକ, ପୋଷାକ ଧୋଉଥିବା ଲୋକ, ପୋଷାକ ସିଲେଇ କରୁଥିବା ଲୋକ ତଥା ଯେଉଁ ବନ୍ଧୁମାନେ ଫୁଲ ମାଳ ତିଆରି କରନ୍ତି, ମାଛଧରା ଜାଲ ତିଆରି କରନ୍ତି, ଡଙ୍ଗା ତିଆରି ଭଳି ବିଭିନ୍ନ ପ୍ରକାର କାମ କରନ୍ତି ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ହଜାର ହଜାର ବର୍ଷରୁ ଯେଉଁ ସାଥୀମାନେ ଭାରତର ସମୃଦ୍ଧିର ମୂଳରେ ରହିଛନ୍ତି, ସେମାନେ ଆମର ବିଶ୍ୱକର୍ମା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ ଋଣ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢାଇବ । ଶ୍ରମଜୀବୀଙ୍କୁ ସଶକ୍ତ କରାନଗଲେ ଭାରତର ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବା ଅସମ୍ଭବ । ଏହି ଯୋଜନା ଦ୍ୱାରା ଆମର ଲକ୍ଷାଧିକ ବିଶ୍ୱକର୍ମା ଭାଇ ଭଉଣୀଙ୍କୁ ଅଧିକ ଶକ୍ତି ମିଳିବ । ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପ୍ରମାଣପତ୍ର ମିଳିବ । ଲକ୍ଷାଧିକ ବିଶ୍ୱକର୍ମାଙ୍କ ଖାତାକୁ କମ୍ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯିବ । ବୃତ୍ତିଧାରୀଙ୍କ ଉତ୍ପାଦିତ ସାମଗ୍ରୀକୁ ରାଷ୍ଟ୍ରୀୟ ଓ ବୈଶ୍ୱିକ ସ୍ତରରେ ବ୍ୟବସାୟିକ ଢାଞ୍ଚାରେ ଯୋଡାଯିବ । ଏହା ହିଁ ମୋଦିଜୀଙ୍କ ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସର ମନ୍ତ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମାର ଶୁଭାରମ୍ଭରେ ଉପସ୍ଥିତ ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ପ୍ରଧାନମନ୍ତ୍ରୀ ବିଶ୍ୱକୁ ଏକ ପରିବାର ଭାବେ ମାନନ୍ତି । ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି । ବିଶ୍ୱର ବଞ୍ଚିତ ବର୍ଗ ଲୋକଙ୍କ କଥା ଚିନ୍ତା କରୁଥିବା ନେତା ହେଉଛନ୍ତି ମୋଦି । ୨୦୧୪ରେ ଲୋକସଭା ଗୃହରେ ପ୍ରଧାନମନ୍ତ୍ରୀ ପ୍ରଥମ ଅଭିଭାଷଣରେ କହିଥିଲେ ମୋ ସରକାର ଦେଶର ବଞ୍ଚିତ ବର୍ଗଙ୍କ ପ୍ରତି ସମର୍ପିତ ରହିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସମାବେଶୀର ଚରିତ୍ର ଓ ସାମାଜିକ ନ୍ୟାୟ ଦେଖିବାକୁ ମିଳେ । ବିଗତ ୯ ବର୍ଷରେ ଗରିବ, ପଛୁଆ, ବଞ୍ଚିତ, ବିଶ୍ୱକର୍ମା ମାନଙ୍କ ଉତଥାନ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାରେ ରହିଛି । ପିଏମ ବିଶ୍ୱକର୍ମା ଯୋଜନାରେ ସମାବେଶୀ ବିକାଶ, ସାମାଜିକ ନ୍ୟାୟ ଓ ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସକୁ ଗୋଟିଏ ପାଦ ଆଗକୁ ବଢାଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶବାସୀଙ୍କ ତରଫରୁ ବଞ୍ଚିତ ବର୍ଗ ଏବଂ ବିଶ୍ୱକର୍ମା ସମାଜ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ପିଏମ ଶତାୟୁ ହୁଅନ୍ତୁ ଏବଂ ଦେଶର ମାନ, ମର୍ଯ୍ୟାଦା ଏବଂ ସଭ୍ୟତା ଏହିପରି ଆଗକୁ ବଢୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପିଏମ ବିଶ୍ୱକର୍ମା ପ୍ରମାଣ ପତ୍ର ଗ୍ରହଣ କରିଥିବା ପୁରୀର ବସନ୍ତ କୁମାର ରଣାଙ୍କ ବ୍ୟତିତ ଗଣେଶ କୁମାର ରଣା ଏବଂ ନରସିଂହ ରଣାଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ ।

Powered by Froala Editor

Tags dharmendra pradhan , p m viswakarma

Related articles Odisha News Lens 3.2

  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି
    ଦେଶ-ଦେଶାନ୍ତର

    ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି

    14048
    Sep 25, 2023
  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ
    ଦେଶ-ଦେଶାନ୍ତର

    ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

    13543
    Sep 25, 2023
  • ଟାୟାର ପଙ୍କଚର୍ ଦୋକାନରୁ କୋର୍ଟ : ସିଭିଲ ଜଜ୍ ହେବେ ଅହଦ
    ଦେଶ-ଦେଶାନ୍ତର

    ଟାୟାର ପଙ୍କଚର୍ ଦୋକାନରୁ କୋର୍ଟ : ସିଭିଲ ଜଜ୍ ହେବେ ଅହଦ

    14671
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ
    ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13624
    Sep 25, 2023
  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ
    ଦେଶ-ଦେଶାନ୍ତର

    ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14728
    Sep 25, 2023
  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍
    ଖେଳ ଖବର

    ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍

    13473
    Sep 25, 2023
  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ
    ବିଶେଷ

    ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13879
    Sep 25, 2023
  • ଧରାପଡ଼ିଗଲା ଚୋରା ପୀରତି : ପ୍ରେମିକ ସହ ସ୍ତ୍ରୀକୁ ବାହା କରାଇଦେଲେ ସ୍ୱାମୀ
    ଦେଶ-ଦେଶାନ୍ତର

    ଧରାପଡ଼ିଗଲା ଚୋରା ପୀରତି : ପ୍ରେମିକ ସହ ସ୍ତ୍ରୀକୁ ବାହା କରାଇଦେଲେ ସ୍ୱାମୀ

    15292
    Sep 25, 2023
  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...
    ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...

    13671
    Sep 25, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟାୟାର ପଙ୍କଚର୍ ଦୋକାନରୁ କୋର୍ଟ : ସିଭିଲ ଜଜ୍ ହେବେ ଅହଦ

    14671
    Sep 25, 2023
  • ଦେଶ-ଦେଶାନ୍ତର

    ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି

    14048
    Sep 25, 2023
  • ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13624
    Sep 25, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15227
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15542
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14263
    Apr 03, 2021

ବିଶେଷ

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13879
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13624
    Sep 25, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15581
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    15053
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15543
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14318
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15765
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14139
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14518
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟ

    13671
    Sep 25, 2023
  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14728
    Sep 25, 2023
  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି

    14048
    Sep 25, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In