ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଦିଲ୍ଲୀର ଏହି ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ଓପିଡି

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ସୂଚନା ମିଳିଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ସ୍ବତନ୍ତ୍ର ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ସେବା ଆରମ୍ଭ କରିଛି।
ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ସ୍ବତନ୍ତ୍ର ଓପିଡିକୁ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଅଜୟ ଶୁକ୍ଲା ଉଦଘାଟନ କରିଥିଲେ। ଡକ୍ଟର ଶୁକ୍ଳା କହିଛନ୍ତି ଯେ ଏହି ସ୍ବତନ୍ତ୍ର ଓପିଡି ସେବା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ପ୍ରତ୍ୟେକ ଶୁକ୍ରବାର ଅପରାହ୍ନ ୨ଟାରୁ ୪ ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ଏବଂ ଏଥିପାଇଁ ଏକ ପୃଥକ ପଞ୍ଜୀକରଣ କାଉଣ୍ଟର ରହିବ।
ଦୀର୍ଘଦିନ ଧରି ଟ୍ରାନ୍ସଜେଣ୍ଡରମାନେ ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ସପିଡି ସେବା (ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି) ଦାବି କରୁଥିଲେ। ଏହି ସମ୍ପ୍ରଦାୟ ପାଇଁ ଏହା ଏକ ଖୁସିର ବିଷୟ ହୋଇଛି।
Powered by Froala Editor