ଏଣିକି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇପାରିବେ ସବୁ ବୟସର ମହିଳା
ଭୁବନେଶ୍ୱର : ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଏଣିକି ସବୁ ବୟସର ମହିଳା ଭାଗ ନେଇପାରିବେ ବୋଲି ଏହାର ପରିଚାଳନା ସଂସ୍ଥା ଘୋଷଣା କରିଛି। ଆନୁଷ୍ଠାନିକ ଭାବେ ଆସନ୍ତା ବର୍ଷରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି। ସୁତରାଂ ଏହି ଈପ୍ସିତ ସୁନ୍ଦରୀ ପ୍ରତିଯୋଗିତାରେ ବୟସ୍କାମାନେ ସାମିଲ ହେବାର ପଥ ପରିଷ୍କାର ହୋଇଯାଇଛି। ଏ ଯାଏଁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ ସୀମିତ ଥିଲା। ଆମେରିକାର ୨୮ ବର୍ଷୀୟା ଆର୍’ବୋନି ଗାବ୍ରିଏଲ୍ ସବୁଠୁ ବୟସ୍କ ଯୁବତୀ ଭାବରେ ୨୦୨୨ ମସିହାର ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଧାରଣ କରିଥିଲେ। ଗତ ମଙ୍ଗଳବାର ନ୍ୟୁୟର୍କ ଫେସନ ସପ୍ତାହ ପାଳନ ଅବସରରେ ଗାବ୍ରିଏଲ୍ ଏହି ବୟସସୀମା କୋହଳ ହେବା ସମ୍ପର୍କରେ ସୂଚନା ଦେଇଥିଲେ।
Powered by Froala Editor