ରାହୁଲ ନବୀନ ଇଡିର କାର୍ୟ୍ୟକାରୀ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମୁଖ୍ୟ ସଞ୍ଜୟ ମିଶ୍ରଙ୍କ କାର୍ୟ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନର ଇଡିର ନୂଆ କାର୍ୟ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇଆରଏସ୍(ଭାରତୀୟ ରାଜସ୍ବ ସେବା) ଅଧିକାରୀ ରାହୁଲ ନବୀନ । ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତ କରିଛନ୍ତି । ଇଡିର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନହେବା ପର୍ୟ୍ୟନ୍ତ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ସମ୍ଭାଳିବେ । ୧୯୯୩ ବ୍ୟାଚର ଆଇଆରଏସ ଅଧିକାରୀ ନବୀନ ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି ।
ବରିଷ୍ଠ ଆଇଆରଏସ ଅଫିସର ରାହୁଲ ନବୀନ ବିହାରର ବାସିନ୍ଦା । ନୂଆ ନିଯୁକ୍ତି ସହିତ ସେ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସବୁଠୁ ବରିଷ୍ଠ ଅଧିକାରୀ ହୋଇଛନ୍ତି । ରାହୁଲ ନବୀନ ଇଡି ହେଡକ୍ବାର୍ଟରରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି । ଶୁକ୍ରବାର ଦିନ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ୧୫ ସେପ୍ଟେମ୍ବର ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ସଞ୍ଜୟ ମିଶ୍ରଙ୍କ କାର୍ୟ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ଆଇଆରଏସ୍ ଅଧିକାରୀ ରାହୁଲ ନବୀନଙ୍କୁ କାର୍ୟ୍ୟକାରୀ ନିର୍ଦ୍ଦେଶ ନିଯୁକ୍ତ କରାଯାଇଛି ।
Powered by Froala Editor