୧୭ ରେ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ପ୍ରାଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ବିଶ୍ୱକର୍ମା ପୂଜା ଅବସରରେ ଏହି କେନ୍ଦ୍ରୀୟ ଯୋଜନା ଆରମ୍ଭ ହେବ ।
ଏହି ଯୋଜନାରେ ପାରମ୍ପରିକ କାରିଗର, କୌଳିକ ବୃତିଧାରୀ ଓ ଶିଳ୍ପୀକାରଙ୍କ ୧୮ଟି ବର୍ଗଙ୍କୁ ସାମିଲ କରାଯିବ । ଓଡିଶାରେ ପ୍ରଥମ ପର୍ୟ୍ୟାୟରେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବ ଓ ସାରା ଦେଶରେ ୩୦ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡି ହେବେ । ଜିଲ୍ଲାସ୍ତରରେ ପାରମ୍ପରିକ କାରିଗରଙ୍କୁ ଚିହ୍ନଟ କରିବା ସହ ପରିଚୟ ପତ୍ର , ପ୍ରମାଣପତ୍ର ମିଳିବ ଓ ଆର୍ଥିକ ସହାୟତା ଦିଆଯିବ । ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କାର୍ୟ୍ୟକ୍ରମ ଆୟୋଜିତ ହେବ ।
ଓଡିଶାର ୩ଟି ସ୍ଥାନରେ କାର୍ୟ୍ୟକ୍ରମ ହେବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ଭୁବନେଶ୍ୱରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନବର୍ଲା ଏବଂ ପୁରୀରରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପୁରା ମହେନ୍ଦ୍ର ଭାଇ କାଲୁଭାଇ ଉପସ୍ଥିତ ରହିବେ ।
Powered by Froala Editor