ଅପହରଣ ଘଟଣାର ଫର୍ଦ୍ଦାଫାସ: ନିଶା ନିବାରଣ କେନ୍ଦ୍ରରୁ ଖସିଆସିଥିଲେ ଯୁବକ, ଧରିବାରୁ ଚିତ୍କାର କଲେ
ଗୁରୁବାର ଭୁବନେଶ୍ବରର ଡେଳ୍ଟା ଛକରେ ଜଣେ ଯୁବକଙ୍କୁ ଅପହରଣ ହେଉଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯୁବକଙ୍କୁ ଅନ୍ୟ ୩ ଯୁବକ ଜବରଦସ୍ତି କାରରେ ବସାଇ ନେଉଥିବା ଦେଖିବାକୁ ମିଳିଥିଲା। ଏପରିକି ଯୁବକ ଜଣଙ୍କ ଜୋରରେ ଚିତ୍କାର ମଧ୍ୟ କରୁଥିଲେ। ତେଣୁ ଏହାକୁ ଏକ ଅପହରଣ ବୋଲି କୁହାଯାଉଥିଲା। ଅପହରଣ ଘଟଣା ନୂଆ ମୋଡ ନେଇଛି । ଅପହରଣ ନୁହେଁ ବଂର ନିଶା ନିବାରଣ କେନ୍ଦ୍ରରୁ ଖସିଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ନେଇ ଖବର ମିଳିଛି ।
ନିଶା ନିବାରଣ କେନ୍ଦ୍ରରୁ ଖସି ପଳେଇ ଥିଲେ ଉକ୍ତ ଯୁବକ । ନିଶା ନିବାରଣ କେନ୍ଦ୍ରରୁ ଯୁବକ ଖସି ପଳେଇ ଥିବାରୁ ସଂପୃକ୍ତ ସଦସ୍ୟ ଉଠେଇ ନେଇଥିଲେ । କାର ଗାଡି ନମ୍ବର ଆଧାରରେ ପୋଲିସ ଠାବ କରିଥିବାବେଳେ ଏହି ସୂଚନା ପ୍ରାପ୍ତ ହୋଇଛି ।
ନିଶା ନିବାରଣ କେନ୍ଦ୍ରରୁ ଯୁବକ ଜଣଙ୍କ ଖସି ଯିବା ପରେ ସ୍ଥାନୀୟ ଥାନାକୁ ଅବଗତ କରାଯାଇନଥିଲା । ବଂର ଉକ୍ତ ସଂସ୍ଥାର ସଦସ୍ୟମାନେ ଖୋଜା ଖୋଜି କରିବା ପରେ ଡେଲ୍ଟା ଛକ ନିକଟରେ ଠାବ କରିଥିଲେ । ଏବଂ ଯୁବକ ଜଣଙ୍କୁ ଗାଡିରେ ବସାଇବା ବେଳେ ସେ ଚିତ୍କାର କରିବା ସହ ନାରାଜ ହୋଇଥିଲେ । ଫଳରେ ଅପହରଣ କରାଯାଇଥିବା ନେଇ ସ୍ଥାନୀୟ ଲୋକେ କହିଥିଲେ । ପରେ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି ।
Powered by Froala Editor