ଉତ୍ତର ଖାତାରେ ଏମିତି ଲେଖିଥିଲେ ଛାତ୍ର, ଶିକ୍ଷକ ପଢି କୋମାରେ...
ପ୍ରାୟ ସମୟରେ ପରୀକ୍ଷା ଉତ୍ତର ଖାତାରେ ପିଲାମାନେ ଅଜବ ଅଜବ କଥା ଲେଖିଥାନ୍ତି । ତେବେ ପୁଣି ଗୋଟିଏ ଉତ୍ତର ଖାତା ଭାଇରାଲ ହେବାରେ ଲାଗିଛି । ଏପରିକି ଏହି ଖାତା ଦେଖିବା ପରେ ଶିକ୍ଷକ ଜଣକ କୋମାରେ ଅଛନ୍ତି ବୋଲି ଲେଖିଛନ୍ତି । ଯେଉଁ ଖାତରେ ଲେଖାଯାଇଛି ଅବଜ ଗଜବ ଶବ୍ଦ ।
ତେବେ ପ୍ରଶ୍ନରେ ଭାଖଡା ନାଗଲ ପରିଯୋଜନା ବିଷୟରେ ପ୍ରଶ୍ନ ପଚରାଯାଇଥିବା ବେଳେ ଛାତ୍ର ଜଣଙ୍କ ତାଙ୍କ ଉତ୍ତର ଏମିତି ଆରମ୍ଭ କରିଛନ୍ତି । ସେ ଲେଖିଛନ୍ତି ଯେ, ଡ୍ୟାମଟି ସତଲେଜ୍ ନଦୀ ଉପରେ ନିର୍ମିତ । କିନ୍ତୁ ତା'ପରେ ସେ ଉତ୍ତରରେ ଏମିତି ଲେଖିଛନ୍ତି... ସତଲେଜ୍ ନଦୀ ପଞ୍ଜାବରେ ଅଛି। ପଞ୍ଜାବ ସର୍ଦ୍ଦାରଙ୍କର ଅଟେ। ସର୍ଦ୍ଦାର ପଟେଲ ମଧ୍ୟ ସର୍ଦ୍ଦାର ଥିଲେ । ତାଙ୍କୁ ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ । ଟାଟାରେ ତିଆରି ହୋଇଛି । କିନ୍ତୁ ଟାଟା ହାତରେ କରାଯାଇଥାଏ ଏବଂ ଆଇନର ହାତ ବହୁତ ଲମ୍ବା ଅଟେ । ଜବାହର ଲାଲ ନେହେରୁ ମଧ୍ୟ ଆଇନ ଜାଣିଥିଲେ...
ଏହି କପି (ଭାଇରାଲ୍ ଉତ୍ତର ସିଟ୍) ଯେ କେହି ଦେଖୁଛନ୍ତି ହସି ହସି ବେଦମ ହେଉଛନ୍ତି । ତେବେ ଉତ୍ତର ଖାତା ଦେଖୁଥିବା ଶିକ୍ଷକ ଶୂନ୍ୟ ମାର୍କ ଦେବା ସହିତ ତଳେ ଶିକ୍ଷକ ଲେଖିଛନ୍ତି, 'ଟିଚର୍ କୋମା ମେ ହୈ' ଅର୍ଥାତ୍ ଶିକ୍ଷକ ଏବେ କୋମାରେ ଅଛନ୍ତି ।
Powered by Froala Editor