ଡେଙ୍ଗୁରେ ପୀଡ଼ିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଏବେ ତାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବେ ଡେଙ୍ଗୁରେ ପୀଡ଼ିତ ଥିବା ଜଣାଯାଇଛି । ଡେଙ୍ଗୁରେ ପୀଡ଼ିତ ଶ୍ରୀ ଜେନା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ ରାଜଧାନୀବାସୀଙ୍କୁ ମଶା କଲବଲ କରିଦେଲେଣି । ଯେଉଁଠି ନଜର ପଡ଼ୁଛି, ସେଠାରେ ମଶା ସାଲୁବାଲୁ । ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି । ରାଜଧାନୀର ଏମିତି କୌଣସି ଜାଗା ନାହିଁ, ଯେଉଁଠି କିଏ ବିନା ମଶାରିରେ ଶାନ୍ତିରେ ଶୋଇ ପାରୁଛନ୍ତି । ମଶାରି ଭିତରେ ଶୋଇଲେ କି ମଶାରି ବାହାରେ ମଶା ଗୁଣୁଗୁଣୁ ହେଉଛନ୍ତି । ଟିକିଏ ଫାଙ୍କ ପାଇଲେ କାମୁଡ଼ିବାକୁ ପୂରା ତୟାର । ମଶା ଏମିତି ମାତିଛନ୍ତି ଯେ, ନାମୀ କମ୍ପାନିଙ୍କ ମଶାମରା ଲିକ୍ୟୁଇଡ୍ କି କଏଲ୍ ବି କାଟୁ କରୁନି । ତେବେ ବିଏମସି ଡେଙ୍ଗୁକୁ ମାତ ଦେବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଥିଲେ ହେଁ କିଛି ସୁଫଳ ମିଳୁନି ।
Powered by Froala Editor