ନାସା ଯିବେ ୨୧ ବର୍ଷୀୟ ଆଗମ
ମାତ୍ର ୨୧ ବର୍ଷରେ ନାସା ପାଇଁ ମନୋନୀତ ହୋଇଛନ୍ତି। ସେ ହେଉଛନ୍ତି ଇନ୍ଦୋରର ଆଗମ ଜୈନ । ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍ ପ୍ରୋଗ୍ରାମ ପାଇଁ ଚୟନ ହୋଇଛନ୍ତି ଆଗମ। ସେ ଜଣେ ସ୍ପେସ ବୈଜ୍ଞାନିକ ହେବା ପାଇଁ ତାଲିମ ନେବେ।
ଆଗମଙ୍କ ପିତା ରାଜେଶ କୁମାର ଜେନ ଏକ ସରକାରୀ ହାଇସ୍କୁଲର ଶିକ୍ଷକ ଥିଲେ, ଯିଏକି ଗତ ବର୍ଷ ମୃତ୍ୟୁବରଣ କରିଥିଲେ। ପିତାଙ୍କର ପେନସନରେ ଆଗମଙ୍କ ପଢା ଖର୍ଚ୍ଚ ହୋଇଥାଏ। ତେବେ ଆଗମଙ୍କୁ ନାସା ଯିବାକୁ ୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆବଶ୍ୟକ। ଏହି ଟଙ୍କା ନାସାକୁ ଯାତ୍ରା ଓ ସେଠାରେ ତାଲିମ ସମୟରେ ଖର୍ଚ୍ଚ ହେବ। ସେ ସହାୟତା ପାଇଁ ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀଙ୍କ ସହ କଥା ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଗାମ ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ ଦୁଇମାସ ଇଣ୍ଟର୍ନସିପ କରିଛନ୍ତି। ନାସା ସମେତ ଅନ୍ୟ ପାଞ୍ଚଟି କାର୍ଯ୍ୟକ୍ରମ ପାଇଁ ଆଗାମଙ୍କୁ ଚୟନ କରାଯାଇଛି।
Powered by Froala Editor