ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ’
ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ବାଘ ନଖ । ଆଗାମୀ ଦିନରେ ଏହା ଭାରତ ସଂଗ୍ରହାଳୟରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଶେଷ ହୋଇଛି।
୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନଙ୍କୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ମହାରାଜ ବାଘ ନଖ ପରି ଏକ ଅସ୍ତ୍ର ବ୍ୟବହାର କରିଥିଲେ, ଯାହାକୁ ’ବାଘ ନଖ’ ବୋଲି କୁହାଯାଏ। ଏହି ଅସ୍ତ୍ର ଗତ କିଛି ଦଶନ୍ଧି ଧରି ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ସଂଗ୍ରହାଳୟରେ ରଖାଯାଇଛି। ଶିବାଜୀଙ୍କ ଏହି ଅସ୍ତ୍ର ଇତିହାସର ଏକ ଅମୂଲ୍ୟ ଭଣ୍ଡାର ଏବଂ ମହାରାଷ୍ଟ୍ରବାସୀଙ୍କ ଭାବାବେଗ ସହ ଜଡ଼ିତ। ଏହାକୁ ଫେରାଇ ଅଣାଯିବ ବୋଲି ସାଂସ୍କୃତିକ ମନ୍ତ୍ରୀ ମୁଙ୍ଗନ୍ତିୱାର କହିଛନ୍ତି। ସେହିଭଳି ’ବାଘ ନଖ’ ବ୍ୟତୀତ ଶିବାଜୀଙ୍କ ଅନ୍ୟ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ମଧ୍ୟ ଯୋଜନା କରାଯାଉଛି ବୋଲି ମଧ୍ୟ ସେ ଜଣାଇଛନ୍ତି। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ସେମାନେ ଏହାକୁ ଫେରାଇବାକୁ ରାଜି ହୋଇଛନ୍ତି।
Powered by Froala Editor