ଅବକାରୀ କର୍ମଚାରୀଙ୍କୁ ମାଡ଼, ୫ ଆହତ
ଭୁବନେଶ୍ୱର: ଭୁବନେଶ୍ୱର ଭାରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ନିର୍ଧୁମ ମାଡ଼ ମାରିଥିବା ଜଣାଯାଇଛି । ସେଠାରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଆଜି ଅବକାରୀ ବିଭାଗର କର୍ମଚାରୀମାନେ ଚଢଉ କରିବାକୁ ଯାଇଥିଲେ । ତେବେ କିଛି ଦୁର୍ବୃତ୍ତ ସେମାନଙ୍କୁ ଘେରି ଯାଇ ଉତ୍ତମ ମଧ୍ୟମ ଦେଇଥିଲେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ ବିଭାଗର ଜଣେ ମହିଳା କର୍ମଚାରୀଙ୍କ ସମେତ ମୋଟ ୫ ଜଣ ଆହତ ହୋଇଛନ୍ତି । ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଜଣାଯାଇଛି । ଏନେଇ ଖବର ପାଇ ଭରତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି ।
Powered by Froala Editor