Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • ଇ-ଚାଲାଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ...

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

ରାଜନୀତି
Home ›› ରାଜନୀତି ›› “ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” - ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

“ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” - ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

2023-08-22 04:30:34
14283
Share:
Facebook
Twitter
E-Mail
WhatsApp
Telegram
     “ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” - ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

“ଗଲି ଗଲି ମେ ଶୋର୍ ହେ, ଡେଙ୍ଗୁ ବଡା ଜୋର୍ ହେ” । ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବାବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି । ରାଜ୍ୟସାରା ଡେଙ୍ଗୁ ରୋଗ ଆତଙ୍କ ସୃଷ୍ଟି କରିଛି ଏବଂ ବିଶେଷ ଭାବେ ଦୈତ୍ୱନଗରୀ ଭୁବନେଶ୍ୱର ଓ କଟକରେ ଏହା ଭୟଙ୍କର ରୂପ ନେଇଛି । କେବଳ ଭୁବନେଶ୍ୱରରେ ୧୫ଶହ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ରୁ ଅଧିକ ପୀଡିତଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଛି । ଦୈତନଗରୀ ଭୁବନେଶ୍ୱର ଓ କଟକର ପ୍ରତି ତୃତୀୟ ଘରେ ଡେଙ୍ଗୁ ପୀଡିତ । ରାଜ୍ୟରେ ସ୍ୱାୟତ ଶାସନ ବାଟବଣା ହୋଇଛି । ରାଜଧାନୀ ସହରରେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ଉଭୟଙ୍କ ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ପ୍ରତି ବର୍ଷ ଡେଙ୍ଗୁ ରୋଗ କାୟା ବିସ୍ତାର କରିଚାଲିଛି । ୨୩ ବର୍ଷ ଶାସନରେ ଥିବା ସତ୍ୱେ ବିଜେଡି ସରକାରର ‘ପରିମଳ ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ଡେଙ୍ଗୁ ରୋଗ ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ସର୍ବଦା ଚିତ୍କାର କରି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡେଙ୍ଗୁରେ ଆକ୍ରାନ୍ତ ପୀଡିତଙ୍କ ଜୀବନ କ’ଣ ମୂଲ୍ୟହୀନ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରଶ୍ନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୀର୍ଘଦିନ ଏ ସରକାର ଶାସନ କରୁଥିବାରୁ ଅଫିସରମାନେ ଉପର ମୁହାଁ ହୋଇଛନ୍ତି । ଫଳରେ ‘ତୋଗଲକି ଶାସନ’ ଭଳି ଯାହା ପାଟିରୁ ବାହାରିଲା ତାହା ଆଇନରେ ପରିଣତ କରିଦେଉଛନ୍ତି । “ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” - ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା କାରଣରୁ ରାସ୍ତା ଘାଟ, ନାଳ ନର୍ଦ୍ଦମାର ଦୁର୍ଦ୍ଦଶା ଚରମ ସୀମା ଅତିକ୍ରମ କରିଛି । ବର୍ଷା ପାଣି ଜମା ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ରାଜ୍ୟ ସରକାର ସଠିକ୍ ସମୟରେ ମଶା ନିୟନ୍ତ୍ରଣର କାମ କଲେ ନାହିଁ, ଯଥା ମଶାତେଲ, ଜାଗା ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ଡେଙ୍ଗୁ ରୋଗ ନିୟନ୍ତ୍ରଣହୀନ ହେବା ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ମିଛ ପ୍ରଚାର ପ୍ରସାର କରି ବାଃ ବାଃ ନେବା ପାଇଁ ଉଦ୍ୟମ କଲେ ସତ, କିନ୍ତୁ ଗ୍ରାଉଣ୍ଡ ଜିରୋରେ କୈାଣସି ପଦକ୍ଷେପ ନେଲେ ନାହିଁ । ଏପରିକି ଲୋକେ ଡେଙ୍ଗୁରେ ପ୍ରାଣ ହରାଉଥିଲେ ବି ଡେଙ୍ଗୁ ମୃତ୍ୟୁକୁ ସ୍ୱୀକାର ନକରି ‘ନେଡି ଗୁଡ କହୁଣୀକୁ ବୋହି ଗଲା’ ପରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ନିଜ ଦାୟୀତ୍ୱ କର୍ତବ୍ୟରୁ ପଳାୟନପନ୍ଥୀ ହେଲେ । ବର୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାଙ୍କୁ କେଉଁ ସହାୟତା ମିଳିବ ଓ ଯେଉଁମାନେ ଚିକିତ୍ସିତ ଅଛନ୍ତି ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ? ରାଜ୍ୟ ସରକାର ତାହା ସାର୍ବଜୀନନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । 

ରାଜ୍ୟ ସରକାର ୨୩ବର୍ଷ ଶାସନରେ ରହିବି ସହରାଂଚଳବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା, ମନ୍ତ୍ରୀମାନେ “ଓଡ଼ିଶାର ସ୍ୱାସ୍ଥ୍ୟସେବା” ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଛନ୍ତି । ଲୋକେ ଡେଙ୍ଗୁରେ ପ୍ରତ୍ୟେକ ଦିନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ବିଏମ୍‌ସି ଓ ସିଏମ୍‌ସି ଭଳି ଅନୁଷ୍ଠାନ ସ୍ୱାୟତ ଶାସନକୁ ଦିଗହରା କରିବା ସହ ଲୋକଙ୍କ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ । ଡେଙ୍ଗୁ ରୋଗ ମୁକାବିଲା ନେଇ ରାଜ୍ୟ ସରକାରଙ୍କ “ନିଷ୍କ୍ରିୟତା ଓ ଉଦାସିନତା” ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ବିଜେଡି ସରକାରରେ “ଡେଙ୍ଗୁ” ବି ବିଶ୍ୱସ୍ତରୀୟ ଏବଂ ଏହାକୁ ଏକ ଉପହାର ଭାବେ ବିଏମସି ଭୁବନେଶ୍ୱରବାସିନ୍ଦାଙ୍କୁ ପ୍ରଦାନ କରିଛି । ପ୍ରତ୍ୟେକ ଦିନ ରାଜଧାନୀର ଡେଙ୍ଗୁ ରୋଗୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବି ସେମାନଙ୍କ ପାଇଁ “ବେଡ୍‌”ର ସୁବିଧା ନାହିଁ । ନାଳ ନର୍ଦ୍ଦମା ସଫା ଆଳ କରି ସମସ୍ତ ଡ୍ରେନ ଓ ନାଳ ଖୋଲି ଦିଆଗଲା ସତ, କିନ୍ତୁ ଅଧାପନ୍ତରିଆ ହୋଇ ସଫା କାର୍ଯ୍ୟ ରହିଗଲା । କେଉଁଠି ସଫା ହେଲା ନାହିଁ ତ, ଆଉ କେଉଁଠି ଡ୍ରେନକୁ ଘୋଡା ଗଲା ନାହିଁ । ନାଳ ନର୍ଦ୍ଦମାରୁ ବାହାରିଥିବା ଆବର୍ଜନାକୁ ହଟା ଗଲା ନାହିଁ । ବିଏମସି ମେୟର ବୁଲି ବୁଲି ଯାହା ପ୍ରଚାର କରିଥିଲେ, ତାର ଠିକ ବୀପରିତ କାର୍ଯ୍ୟ କରାଗଲା । ଖର୍ଚ୍ଚ ପାଇଁ ଆସିଥିବା ଟଙ୍କାକୁ ମିଳିମିଶି ଖାଇଗଲେ । ମେୟର ଓ କମିଶନର ମିଥ୍ୟା ପ୍ରତିଶ୍ରୁତି ପାଇଁ ରାଜଧାନୀବାସୀ କାହିଁକି ସର୍ବଦା ଦୁଃଖ ଭୋଗିବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।

ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବାବେଳେ ମେୟର ଓ କମିଶନର ଡେଙ୍ଗୁ ପାଇଁ ପଦକ୍ଷେପ ନନେଇ କ୍ରିକେଟ୍ ଖେଳୁଛନ୍ତି ଯାହା ରାଜଧାନୀବାସୀଙ୍କ ପ୍ରତି ଉପହାସ । ଡେଙ୍ଗୁ ମଶାଙ୍କ ନିୟନ୍ତ୍ରଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ବିଜେପି ଜିଲ୍ଲା ପକ୍ଷରୁ ଧୂଆଁ ଦ୍ୱାରା ମଶାଙ୍କ ନିପାତ ପାଇଁ ସବୁ ୱାର୍ଡରେ ବ୍ୟବସ୍ଥା କରାଯାଇଛି । କିନ୍ତୁ ସାଧାରଣଙ୍କ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହାତ ଟେକି ବସିଛନ୍ତି ରାଜ୍ୟ ସରକାର ଓ ମ୍ୟୁନିସପାଲଟି ବୋଲି ଶ୍ରୀ ସିଂ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ 

Powered by Froala Editor

Tags Bjp

Related articles Odisha News Lens 4.1

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....
    ବିଶେଷ

    ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14875
    Sep 29, 2026
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର
    ଦେଶ-ଦେଶାନ୍ତର

    ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14336
    Sep 29, 2026
  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଷଷ୍ଠ  ଶ୍ରେଣୀ ପିଲାଙ୍କୁ ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଷଷ୍ଠ ଶ୍ରେଣୀ ପିଲାଙ୍କୁ ...

    14433
    Sep 29, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    14001
    Sep 28, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15620
    Sep 27, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14138
    Sep 28, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14785
    Sep 28, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14802
    Sep 28, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    14100
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    14100
    Sep 28, 2026
  • ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    14001
    Sep 28, 2026
  • ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ମୋଦୀ

    15620
    Sep 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17136
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17826
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17792
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18205
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14875
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13937
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15716
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15282
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14656
    Sep 18, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14301
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15945
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14434
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15626
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14802
    Sep 28, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14785
    Sep 28, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14138
    Sep 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In