ରାଜୀବ ଗାନ୍ଧିଙ୍କ ୭୯ତମ ଜୟନ୍ତୀ ଆଜି
ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ୭୯ତମ ଜୟନ୍ତୀ। ଏହି ଅବସରରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।ରାହୁଲ ଗାନ୍ଧି ପାଙ୍ଗୋଙ୍ଗ ହ୍ରଦକୁ ବାଇକରେ ଆସିଥିଲେ। ସେ ଗତକାଲି ଠାରୁ ଏଠାରେ ପହଞ୍ଚିଥିଲେ। ଆଉ ଆଜି ସକାଳେ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଅଗଷ୍ଟ ୨୫ ତାରିଖ ପର୍ୟ୍ୟନ୍ତ ଲଦାଖରେ ରହିବାର କାର୍ୟ୍ୟକ୍ରମ ରହିଛି।
ରାହୁଲ ତାଙ୍କ ‘ଢ’ (ପୂର୍ବର ଟ୍ୱିଟର) ଆକାଉଣ୍ଟରେ ଲେଖିଛନ୍ତି- ବାପା, ଭାରତ ପାଇଁ ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅମୂଲ୍ୟ ସ୍ମୃତି ହୋଇ ଝଲସୁଛି। ଆପଣଙ୍କ ଚିହ୍ନ ମୋର ରାସ୍ତା। ସମସ୍ତ ହିନ୍ଦୁସ୍ତାନୀଙ୍କ ସଂଘର୍ଷ ଓ ସ୍ୱପ୍ନକୁ ବୁଝଛି। ଭାରତ ମା’ର ସ୍ୱରକୁ ଶୁଣୁଛି।
ଅନ୍ୟପକ୍ଷରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ କଂଗ୍ରେସ ନେତା ଦିଲ୍ଲୀ ସ୍ଥିତି ବୀରଭୂମିକୁ ଯାଇ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
Powered by Froala Editor