ରାଜ୍ୟ ସରକାରଙ୍କ ନୂଆ ନୀତି ପ୍ରଣୟନ : ପିପିପି ନୀତି-୨୦୨୩ରେ ଲାଗିଲା କ୍ୟାବିନେଟ ମୋହର

ଭୁବନେଶ୍ୱର : ସରକାରୀ ବେସରକାରୀ ସହଭାଗିତାକୁ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି । ପିପିପି ନୀତି ୨୦୨୩ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି । ଏହି ନୀତିରେ ୫୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏଚଏଲସିଏ ଦ୍ୱାରା ଅନୁମୋଦନର ବ୍ୟବସ୍ଥା ରହିଛି । ସେହିପରି ୧୦ରୁ ୫୦୦ କୋଟିର ପ୍ରକଳ୍ପଗୁଡ଼ିକ ଇସିଆଇ ଦ୍ୱାରା ଅନୁମୋଦିତ ହେବ । ଏହାଛଡ଼ା ପିପିପି ନିର୍ଦ୍ଦେଶାଳୟକୁ ୧୦ କୋଟି ମୂଲ୍ୟ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ରାଜ୍ୟର ୪୩୭୩ ଗ୍ରାମ ପଞ୍ଚାୟତରେ ଏବେ ବ୍ୟାଙ୍କ ନାହିଁ । ଏହି ସବୁ ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସମନ୍ୱୟ ରକ୍ଷା କରି ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଜରିଆରେ ସିଏସପି ପ୍ଳସ ବ୍ୟାଙ୍କିଂ ଆଉଟଲେଟ ଖୋଲିବ ।
ବ୍ୟାଙ୍କିଙ୍ଗ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ । ଏହାଛଡ଼ା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ମଧ୍ୟ ବହନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
Powered by Froala Editor