କୃମି ଔଷଧ ଖାଇ ୧୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥ
କଟକ: ଜାତୀୟ କୃମି ନାଶ ଦିବସ ଉପଲକ୍ଷେ ରାଜ୍ୟର ପ୍ରତ୍ୟେକ ସ୍କୁଲରେ ଛାତ୍ର ଛାତ୍ରୀମାନକୁ କୃମି ନାଶକ ଔଷଧ ଦିଆ ଯାଉଥିବା ବେଳେ ମାହାଙ୍ଗାର ଏକ ସ୍କୁଲରେ କୃମି ଔଷଧ ଖାଇ ୧୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଛାତ୍ର ଛାତ୍ରୀ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଘଟଣା ହେଉଛି ମାହାଙ୍ଗା ବ୍ଲକର ନନ୍ଦକିଶୋର ବିଦ୍ୟା ମନ୍ଦିର କୁସୁପୁର ସ୍କୁଲରେ। ସମସ୍ତ ଛାତ୍ର ଛାତ୍ରୀମାନେ ସପ୍ତମ ଶ୍ରେଣୀର ଅଟନ୍ତି।
ସୂଚନା ଅନଯାୟୀ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃମି ଔଷଧ ଦିଆ ଯାଇଥିଲା। ଔଷଧ ଖାଇବାର ୧୫ ମିନିଟ୍ ପରେ କିଛି ଛାତ୍ରଛାତ୍ରୀଙ୍କର ବାନ୍ତି ହୋଇଥିଲା। ପେଟରେ ଯନ୍ତ୍ରଣା କାରଣରୁ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। କିନ୍ତୁ ପରିତାପର ବିଷୟ ଯେ ସ୍କୁଲର ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବିଳମ୍ବରେ ମେଡିକାଲକୁ ଆଣିଥିଲେ। ଆମ୍ବୁଲାନ୍ସ ଅଭାବ କାରଣରୁ ବିଳମ୍ବରେ ମେଡିକାଲ କୁ ଅଣା ଯାଇଥିଲା ବୋଲି ଶିକ୍ଷକ କହିଥିଲେ। ଅପର ପକ୍ଷରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାବକଙ୍କୁ ଏହି ବିଷୟରେ ଅବଗତ କରା ଯାଇନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିବା ସହିତ ଶିକ୍ଷକ ମାନକ ଅବହେଳା ପାଇଁ ପିଲାମାନେ ଅସୁସ୍ଥ ହୋଇପଡିଲେ ବୋଲି ଅଭିଯୋଗ ଆଣିଛନ୍ତି
Powered by Froala Editor