ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇବା ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବିଶେଷକରି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇବା ପ୍ରସ୍ତାବରେ ମୋହର ବାଜିବାର ସମ୍ଭାବନା ଅଛି । ସେହିପରି ମହିଳା କଲ୍ୟାଣ ବିଭାଗ, କୃଷି, ସମବାୟ, ଜଳସେଚନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନା କ୍ୟାବିନେଟରେ ଆଲୋଚନା ହେବା ପରେ ମୋହର ବାଜିପାରେ ବୋଲି ଜଣାପଡ଼ିଛି ।
Powered by Froala Editor