ନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ

କଣାସ : ନଦୀକୁ ଡେଇଁ +୩ ଛାତ୍ରୀଙ୍କ ଆତ୍ମହତ୍ୟା। କଣାସ ଥାନା ଅନ୍ତର୍ଗତ ଗଡବଡପୁଟ ଗ୍ରାମ ନିକଟ ରାଜୁଆ ନଦୀ ସେତୁ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଗଡବଡପୁଟ ଗ୍ରାମର ସୁକାନ୍ତ ଛୁଆଲସିଂଙ୍କ ଝିଅ ସୂର୍ୟ୍ୟକାନ୍ତି ଛୁଆଲସିଂ ନିକଟସ୍ଥ ଚଉଦ ମୌଜା ବିଦ୍ୟୁତ୍ ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ କଳା ଛାତ୍ରୀ। ସବୁଦିନ ଭଳି ସେ ଆଜି ନିଜ ସାଇକେଲ ଓ କଲେଜ ବ୍ୟାଗ ସହ କଲେଜ ଯାଉଥିଲେ। ହେଲେ ରାଜୁଆ ନଦୀ ସେତୁ ଉପରେ ପହଞ୍ଚିବା ପରେ ସେ ସାଇକେଲ ରଖି ବ୍ରିଜ୍ ଉପରେ ଠିଆ ହୋଇଥିଲେ । ହଠାତ୍ ସେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ବ୍ରିଜର ନିକଟରେ କିଛି ଲୋକ ଏଦୃଶ୍ୟ ଦେଖିବା ପରେ ଘଟଣା ସ୍ଥଳକୁ ଧାଇଁ ଆସିଥିଲେ । ସୂର୍ୟ୍ୟକାନ୍ତି ବୁଡ଼ିଯିବା ଦେଖି ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଟ୍ୟୁବ୍ ସହାୟତାରେ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ସୂର୍ୟ୍ୟକାନ୍ତିକୁ ପାଇନଥିଲେ ।ଜଙ୍କିଆ ଗଦଶାହି ଆଡ଼କୁ ସେ ରାଜୁଆରୁ ଦୟା ନଦୀକୁ ଭାସି ଯାଇଥିବା ଅନୁମାନ କରାଯାଉଛି।
Powered by Froala Editor