ଅନାସ୍ଥା ପ୍ରସ୍ତାବ ନେଇ ଆଜିଠାରୁ ଲୋକସଭାରେ ଆରମ୍ଭ ହେବ ବିତର୍କ
ଭୁବନେଶ୍ୱର : ଅନାସ୍ଥା ପ୍ରସ୍ତାବ ନେଇ ଆଜିଠାରୁ ଲୋକସଭାରେ ବିତର୍କ ଆରମ୍ଭ ହେବ । ଦିନ ୧୨ଟାରୁ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଆଲୋଚନା ହେବାକୁ ସମୟ ଧାର୍ଯ୍ୟ ହୋଇଛି । ବିରୋଧୀ ଦଳ ଏକାଠି ହୋଇ ମୋଦି ସରକାରଙ୍କୁ ଘେରୁଛନ୍ତି । ଫଳରେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିବ । ଗାଏମୋଟ କହିଲେ ଅନାସ୍ଥା ପ୍ରସ୍ତାବ ସମୟରେ ସଂସଦରେ ସରଗରମ ଆଲୋଚନା ହେବ ।
ଅପରପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଦସ୍ୟ ପଦ ଫେରି ପାଇଛନ୍ତି । ଫଳରେ ସେ ହିଁ କଂଗ୍ରେସ ପକ୍ଷରୁ ଅଧିକ ସମୟ ଆଲୋଚନାରେ ଭାଗ ନେବେ । ମଣିପୁର ପ୍ରସଙ୍ଗ ଠାରୁ ନେଇ ଦରଦାମ ବୃଦ୍ଧି ପର୍ଯ୍ୟନ୍ତ, ତମାମ ପ୍ରସଙ୍ଗରେ ସଂସଦ କମ୍ପି ଉଠିବ । ବିରୋଧୀଙ୍କୁ କାଉଂଟର କରିବା ପାଇଁ ବିଜେପି ବି ପ୍ରସ୍ତୁତ ଅଛି । ବିଜେପିର ବହୁ ଭଲ ବକ୍ତା ଥିବାବେଳେ ସେମାନେ ବି ବିରୋଧୀଙ୍କୁ ଜୋରଦାର ଜବାବ ଦେବେବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟଯେ, ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ତେବେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡ଼ିଏର ପଲା ଭାରି ରହିଥିବାରୁ ସରକାରଙ୍କର ପତନ ଘଟିବ ନାହିଁ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଙ୍କୁ କହିବାର ସୁଯୋଗ ମିଳିବ ବୋଲି କୁହାଯାଇପାରିବ । ସେହିପରି ୩ ଦିନ ଧରି ଚର୍ଚ୍ଚା ଚାଲିବାର ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତର ରଖିବେ ।
Powered by Froala Editor