ଅନଲାଇନ ଗେମିଂରେ ଲାଗିବ ୨୮ % ଜିଏସ୍ଟି
ଅନଲାଇନ ଗେମିଂରେ ଲାଗୁ ହେବ ଚଢା ଜିଏସଟି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୧ତମ ଜିଏସଟି ପରିଷଦର ବୈଠକରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ସୀତାରମଣ ଗଣମାଧ୍ୟମକୁ କହିଛନ୍ତି ଯେ ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଅକ୍ଟୋବର ୧ରୁ ଲାଗୁ ହେବ ବୋଲି ଆଶା କରାଯାଉଛି । ଏହା କାର୍ଯ୍ୟକାରୀ ହେବାର ୬ ମାସ ପରେ ଏହାର ସମୀକ୍ଷା କରାଯିବ ।
ଜିଏସଟି କାଉନସିଲ ବୈଠକରେ ଦିଲ୍ଲୀ, ଗୋଆ ଏବଂ ସିକ୍କିମ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରିଥିଲେ । ଗେମିଂ କମ୍ପାନିମାନେ ବି ଏହାକୁ ବିରୋଧ କରିଥିଲେ । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ବିହାର ସମେତ ଅନ୍ୟାନ୍ୟ ରାଜ୍ୟ ୨୮ ପ୍ରତିଶତ ଟିକସ ସପକ୍ଷରେ ଅଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଏସଟି କାଉନସିଲ ଅନଲାଇନ୍ ଗେମିଂ ଉପରେ ଟିକସ ଲଗାଇବା ପାଇଁ ଆବଶ୍ୟକ ସଂଶୋଧନ ଉପରେ ଆଲୋଚନା କରିଛି । ଦୀର୍ଘ ୩ ବର୍ଷର ଆଲୋଚନା ପରେ ୨୮ ପ୍ରତିଶତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
Powered by Froala Editor