ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ସାଂଘାତିକ ସ୍ଥିତି ଆଣିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ନୂତନ ପ୍ରଜାତିର କରୋନା ଭୂତାଣୁର ଆବିର୍ଭାବ ସାଙ୍ଗକୁ ଦେଖା ଦେଇଥିବା ନୂତନ ଲକ୍ଷଣ ଓ ପୀଡିତଙ୍କଠାରେ ଅଧିକ ପରିମାଣର ଭୂତାଣରୁ ଉପସ୍ଥିତି ହିଁ ଏଭଳି ଆଶଙ୍କା ଆଣିଛି । ଗୁଜରାଟରୁ ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ ସେଠାରେ କିଛି ସଂକ୍ରମିତଙ୍କର କୌଣସି କାଶ କିମ୍ବା ଜ୍ୱର ପରି ଅବିଗୁଣ ନଥାଇ ମଧ୍ୟ ସେମାନଙ୍କ ତଳିପେଟରେ ଯନ୍ତ୍ରଣା ସହ ପତଳା ଝାଡ଼ା ଅନୁଭୂତ ହେଉଥିବା ଜଣାଯାଇଛି । ସେହିପରି ଆକ୍ରାନ୍ତଙ୍କ ଶରୀରେ ଗତ ଦୀପାବଳି ବେଳର ସଂକ୍ରମଣ ତୁଳନାରେ ଅଧିକ ପରିମାଣର କରୋନା ଭୂତାଣୁ ପରିଲକ୍ଷିତ ହେଉଥିବା ସ୍ପଷ୍ଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଦ୍ୱୈତ ରୂପାନ୍ତରିତ ନୂତନ ପ୍ରଜାତିର କରୋନା ଭୂତାଣୁ ମନୁଷ୍ୟ ଶରୀରକୁ ଭିନ୍ନ ଢ଼ଙ୍ଗରେ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି ।