ମହାନଦୀକୁ ଡେଇଁ ଯୁବକ ନିଖୋଜ
ସମ୍ବଲପୁର: ମହାନଦୀକୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର ଚାଉରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଚାଉରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଆଜି ଭୋର ସମୟରେ ଯୁବକ ଜଣଙ୍କ ନଦୀକୁ ଡେଇଁ ପଡିଥିଲେ । ପାଣିର ସ୍ରୋତ ଅଧିକ ଥିବାରୁ ଯୁବକ ଜଣଙ୍କ ଭାସି ଯାଇଛନ୍ତିି । ଯୁବକ ଜଣଙ୍କ ସ୍ଥାନୀୟ ଗୋବିନ୍ଦତାଲା ଅଞ୍ଚଳର ବୋଲି ସୂଚନା ମିିଳିଛି । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି । ହୀରାକୁଦର ୧୨ ଟି ଗେଟ ଖୋଲିଥିବାରୁ ପାଣିର ସ୍ରୋତ ଅଧିକ ରହିଛି । ତେଣୁ ଖୋଜାଖୋଜି କରିବା କଷ୍ଟକର ହୋଇପଡିଛି ।
Powered by Froala Editor