ଆଜି କାର୍ୟ୍ୟକ୍ରମ ସାରି ଦିଲ୍ଲୀ ଫେରିଯିବେ ମହାମହିମ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ । ଆଜି ଭୁବନେଶ୍ବର ତମାଣ୍ଡୋରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ରାଜଭବନରେ ଆଦିମ ଜନଜାତିଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ୧୩ଟି ଆଦିମ ଜନଜାତି ଥିବାବେଳେ ପୂର୍ବରୁ ମୟୁରଭଞ୍ଜରେ ୩ଟି ଗ୍ରୁପ ସହ ଆଲୋଚନା କରିସାରିଛନ୍ତି । ଆଜି ଆଉ ୧୦ଟି ଗ୍ରୁପର ୫୦ଜଣଙ୍କ ସହ ବୈଠକ କରିବେ । ଆଜି କାର୍ୟ୍ୟକ୍ରମ ସାରି ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ ।
ସେହିପରି ବୁଧବାର ଦିନ ତମାମ କଟକର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ପରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏହା ଏକ ବ୍ରତ ।
Powered by Froala Editor