ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି
କଟକ: କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ନିକଟରେ ହୁଳୁହୁଳିରେ କମ୍ପିଉଠିଲା ପରିବେଶ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ ମାଙ୍କ ଦର୍ଶନ କରିଛନ୍ତି। ଆଜି ମା ସୁନାବେଶରେ ଦର୍ଶନ ଦେଇଛନ୍ତି।
ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ କରମର୍ଦନ କରିଛନ୍ତି। ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ କରି ପରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।
Powered by Froala Editor