ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢ଼ାଉ
ଭବାନିପାଟଣା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ କଳାହାଣ୍ଡି ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ ଚାଲିଛି । ସ୍ଥାନୀୟ ଜଳେଶ୍ବର ମନ୍ଦିର ରାସ୍ତାରେ ଥିବା ୩ ମହଲା କୋଠା ସମେତ ତାଙ୍କ ଅଫିସ ଏବଂ ନର୍ଲା ବ୍ଲକ୍ ବଳବସପୁରରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱ ରେ କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସର ତିନୋଟି ଟିମ୍ ଚଢାଉ ଜାରି ରଖିଛନ୍ତି ।
Powered by Froala Editor