ସାପ କାମୁଡ଼ାରେ ୩ ଶିଶୁ ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁରଠାରେ ସାପ କାମୁଡ଼ାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ୩ ଶିଶୁଙ୍କ ମୃତ୍ୟୁ ଘଟିଛି ଓ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ପଠାଯାଇଛି । ମୃତକ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର । ସେମାନଙ୍କ ବୟସ ୧୦ରୁ ୧୧ ବର୍ଷ ମଧ୍ୟରେ ହୋଇଥିବା ସୂଚନା ।
ଶନିବାର ରାତିରେ ସାପ କାମୁଡ଼ିବାରୁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ରବିବାର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର, ୨ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶଥାଉକି, ୨ ଦିନ ତଳେ କେନ୍ଦୁଝରଠାରେ ଏକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଥିଲେ ।
Powered by Froala Editor