କାଚ ଭଙ୍ଗାରୁଜା କରିବା ଅଭିଯୋଗରେ ଆସିଷ୍ଟାଣ୍ଟ ଜେଲ୍ର ନିଲମ୍ବିତ
ଭୁବନେଶ୍ଵର: ରାଜଧାନୀ ଉପକଣ୍ଠ ଚନ୍ଦନା ଥାନା ଅନ୍ତର୍ଗତ ଜାମୁଝରୀ ଜେଲ୍ରେ ଅଫିସର କାଚ ଭଙ୍ଗାରୁଜା କରିବା ଏବଂ ଝଗଡ଼ା କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସହାୟକ ଜେଲର କେଦାର ବେହେରା। ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନେଇ ଜେଲ୍ ଡିଜି କାର୍ୟ୍ୟରୁ ନିଲମ୍ବିତ କରିଛନ୍ତି।
ଜେଲର ଅଶୋକ ବେହେରା ଏବଂ ଆସିଷ୍ଟାଣ୍ଟ ଜେଲର କେଦାର ବେହେରାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍ତକ୍ଷୀପ୍ତ ହୋଇ ଅଫିସର କାଚ ଭାଙ୍ଗିବା ସହ ଝଗଡ଼ା କରିଥିଲେ କେଦାର ବେହେରା। ଘଟଣାକୁ ନେଇ ସିନିୟର ସୁପରିଟେଣ୍ଡେଣ୍ଟ ତଦନ୍ତ କରି ଜେଲ୍ ଡିଜିଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ଆଧାରରେ କାର୍ୟ୍ୟନୁଷ୍ଠାନ ନେଇ ଜେଲ୍ ଡିଜି କେଦାରନାଥ ବେହେରାଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଛନ୍ତି।
ସୂଚନା ଅନୁଯାୟୀ, ଜେଲର ଅଶୋକ ବେହେରା ତାଙ୍କ ଅଫିସ ପ୍ରକୋଷ୍ଠରେ ବସିଥିବା ବେଳେ ସେଠାରେ ପହଞ୍ଚିଥିଲେ ଆସିଷ୍ଟାଣ୍ଟ ଜେଲର କେଦାର ବେହେରା। କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ତେବେ କେଦାର ଅଶ୍ଳୀଳ ଭାଷାରେ ଅଶୋକଙ୍କୁ ଗାଳିଗୁଲଜ କରିଥିଲେ। ପରେ କେଦାର ବାହାରୁ ବାଡ଼ି ଆଣି ଅଫିସର କାଚ ଭାଙ୍ଗିଥିବା ଜଣା ପଡିଛି। ଏହା ପରେ ତାଙ୍କୁ ନିଲମ୍ବିତ କରାଯିବ ସହ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ହେଡ୍ କ୍ଵାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor