ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ବାରଙ୍ଗ : ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ। ସ୍କୁଲ୍ ଯାଇ ଘରକୁ ଫେରି ନାହାଁନ୍ତି ଦୁଇ ନାବାଳକ ଛାତ୍ର। ଖୋଜିଖୋଜି କରି ନୟାନ୍ତ ହେଲେ ଦୁଇ ନାବାଳକଙ୍କ ବାପା ମାଆ ଓ ପରିବାର ଲୋକେ। ଚନ୍ଦକା ଥାନରେ ବାପା ମାଆ ଏ ନେଇ ଅଭିଯୋଗ କରିଛନ୍ତି।
ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଦୁଇ ଦଶମ ଶ୍ରେଣୀ ଛାତ୍ର ପୃଥ୍ବୀରାଜ ପ୍ରଧାନ ଏବଂ ସୋନୁ କୁମାର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସବୁଦିନ ପରି ମଙ୍ଗଳବାର ମଧ୍ୟ ସ୍କୁଲ ଯାଇ ଥିଲେ ଉଭୟ । ହେଲେ ଆଉ ଘରକୁ ଫେରିନଥିଲେ। ସମୟ ଗଡିବାରୁ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲେ।
ତେବେ ଦୀର୍ଘ ସମୟ ଧରି ଛାତ୍ର ମାନଙ୍କ ପତ୍ତା ମିଳି ନଥିବାରୁ ସ୍ଥାନୀୟ ଚନ୍ଦକା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଚନ୍ଦକା ଥାନା ଅଧିକାରୀ ଖବର ପାଇ ବିଭିନ୍ନ ସ୍ଥାନକୁ ଯାଇ ଖୋଜାଖୋଜି କରିବା ସହ ବିଭିନ୍ନ ଛକରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ତଦନ୍ତ ଚଳାଇଛନ୍ତି।
Powered by Froala Editor